ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି। ରାଜ୍ୟର ମୁଖ୍ୟ ଆଦିତ୍ୟ ପାଢ଼ୀଙ୍କ ନେତୃତ୍ବରେ ଏହି ବୈଠକ କରାଯାଇଥିଲା। ତେବେ ରାଜ୍ୟରେ କୋଭିଟର ସ୍ଥିତିକୁ ଦୃଷ୍ଟିରେ ରଖି ବିରୋଧୀ ନିର୍ବାଚନକୁ ୩ମାସ ଘୁଞ୍ଚାଇବାକୁ ଚାହୁଁଥିବା ବେଳେ ବିଜେଡି ନିର୍ବାଚନ କୁ ସଠିକ ସମୟ ଭିତରେ କରିବାକୁ ଦାବି କରୁଥିଛି। ତେବେ ପଞ୍ଚାୟତ ନିର୍ବାଚନକୁ ନେଇ
ବିଜେପି ୯ଟି ଦାବି ରଖିଛି।
୧ – ଓବିସି ବର୍ଗ ଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇ ଯେ ପର୍ଯ୍ୟନ୍ତ ଯାଏ ଏ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ନିର୍ବାଚନ କୁ ସ୍ଥଗିତ ରଖିବା ପାଇଁ ବିଜେପିର ଦାବି।
୨ – ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ମଧ୍ୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନି । କନ୍ଧମାଳ ଓ କୋରାପୁଟରେ ଏହିଭଳି ହୋଇଛି ।
୩ – ଭୋଟର ତାଲିକାରେ ଅନେକ ତ୍ରୁଟି ହୋଇଛି ।
୪ – କୋଭିଡ ମହାମାରୀର ପିକ୍ ପିରିୟଡ଼ ସମୟରେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ଦୁଇ ମାସ କି ତିନି ମାସ ନିର୍ବାଚନ ଘୁଞ୍ଚେଇବା ପାଇଁ ଦାବି ରଖିଲା ବିଜେପି ।
୫ – ଭୋଟର ଗଣନା କେନ୍ଦ୍ରରେ ସିସି ଟିଭି ବ୍ୟବସ୍ଥା କରାଯାଉ।
୬- ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ମରାଯାଉଥିବା ହୋଡ଼ିଂକୁ ଉଚ୍ଛେଦ କରାଯାଉ।
୭ – ଦୀର୍ଘ ଦିନ ଗୋଟିଏ ସ୍ଥାନରେ ରହିଥିବା ଅଧିକାରୀ ମାନଙ୍କୁ ବଦଳି କରାଯାଉ ।
୮ – ଅବାଧ ଓ ସ୍ୱଚ୍ଛ ନିର୍ବାଚନ କରିବାକୁ ବିଜେପିର ଦାବି ରଖିଥିବା ବେଳେ
ସର୍ବଦଳୀୟ ବୈଠକରେ ବିଜେଡ଼ିର ଦାବି ହେଉଛି,ପଞ୍ଚାୟତ ପ୍ରତିନିଧି ମାନଙ୍କ କାର୍ଯ୍ୟ କାଳ ଶେଷ ହେବାକୁ ଯାଉଥିବାରୁ,ତେଣୁ ତୁରନ୍ତ ନିର୍ବାଚନ କରିବା ପାଇଁ ବିଜେଡି ଦାବି କରିଛୁ । କୋଭିଡ ଗାଇଡ଼ ଲାଇନ ଭିତରେ କିପରି ନିର୍ବାଚନ ହେବ ତାକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ବିଜେଡି ପ୍ରକାଶ କରିଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ। ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିଛନ୍ତି । ରାଜ୍ୟରେ କୋଭିଡ ସ୍ଥିତିରେ ନିର୍ବାଚନ କରାଯିବ କି ନାହିଁ ସେ ବିଷୟରେ ଆଲୋଚନା କରାଯିବ । ଜାତୀୟ ନିର୍ବାଚନ ଆୟୋଗ ଯେପରି ୫ ରାଜ୍ୟର ନିର୍ବାଚନ ପାଇଁ ଗାଇଡ଼ ଲାଇନ ଆଣିଛନ୍ତି ସେହିପରି ଗାଇଡ଼ ଲାଇନକୁ ଅନୁକରଣ କରି ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ଗାଇଡ଼ ଲାଇନ ପ୍ରକାଶ କରିବାକୁ ଯାଉଛନ୍ତି।(ରିର୍ପୋଟ:ଆଶିଷ କୁମାର ରାଉତ)