ସନଷ୍ଟାର ଟିଭି ବ୍ୟୁରୋ
କାଇରୋ: ଇଜିପ୍ଟର ସାଇନା ଉପଦ୍ୱୀପରେ ଏକ କୋଚ୍ ଏବଂ ଏକ ମିନିବସ୍ ପରସ୍ପରକୁ ଧକ୍କା ଦେଇ ଶନିବାର ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ରାଜଧାନୀ କାଇରୋରୁ ଆସି ଶର୍ମ ଏଲ-ଶେଖର ଲାଲ ସାଗର ପର୍ଯ୍ୟଟନସ୍ଥଳୀ ଅଭିମୁଖେ ଯାଉଥିବା ଏକ ମିନିବସ୍ ଏବଂ କୋଚ୍ ଧକ୍କା ହେବାରୁ ଏଭଳି ଘଟଣା ଘଟିଛି। ଏହି ଦୁଇଟି ଗାଡି ଦ୍ରୁତ ଗତିରେ ଆସି ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। କାଇରୋର ଦକ୍ଷିଣ-ପୂର୍ବଠାରୁ ପ୍ରାୟ ୩୦୦ କିଲୋମିଟର (୧୮୫ ମାଇଲ) ଦକ୍ଷିଣ ସାଇନାରେ ଥିବା ଏଲ-ଟୋର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଏଲ-ଟୋରର ଏକ ଡାକ୍ତରଖାନାକୁ ସ୍ଥାନାସ୍ତର କରାଯାଇଛି।
ସୂଚନାମୁତାବକ ଇଜିପ୍ଟରେ ସଡକ ଦୁର୍ଘଟଣା ବାରମ୍ବାର ଘଟେ, ଏହାର କାରଣ ରାସ୍ତା ଖରାପ ଯଥା ଟ୍ରାଫିକ୍ ନିୟମକୁ ଅବହେଳା କରାଯାଉଥିବାରୁ ଏହି ଅସୁବିଧା ବାରମ୍ବାର ଦେଖିବାକୁ ମିଳୁଛି।ସରକାରୀ ଆକଳନ ଅନୁଯାୟୀ ୨୦୨୦ ମସିହାରେ ଦେଶର ପ୍ରାୟ ୭୦୦୦ ଲୋକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।