ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କିଟ୍ ବିଜିନେସ୍ ଇନ୍କ୍ୟୁବେଟର୍ ( କିଟ୍ ଟିବିଆଇ ) ସହଯୋଗରେ ପିପିପି ମୋଡ୍ରେ ମଣିପୁର ସରକାର ଏକ ଟେକ୍ନୋଲୋଜି ଇନ୍କ୍ୟୁବେସନ୍ ହବ୍ ( ଏମ୍ଟିଆଇ – ହବ୍ ) ପ୍ରତିଷ୍ଠା କରିବେ । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ଉପସ୍ଥିତିରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଭର୍ଚୁଆଲ୍ରେ ଶାହ ଏହାର ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ଏ ନେଇ ମଣିପୁର ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ଓ କିଟ୍ ଟିବିଆଇ ମଧ୍ୟରେ ବୁଧବାର ଏକ ବୁଝାମଣା ସ୍ବାକ୍ଷର ହୋଇଥିଲା । ମଣିପୁର ରାଜ୍ୟର ଲୋଙ୍କକୁ ଶିଳ୍ପ ଉଦ୍ୟୋଗ ପ୍ରତି ଆକୃଷ୍ଟ କରାଇବା ଲକ୍ଷ୍ୟରେ ମଣିପୁର ସରକାର ଏହି ପଦକ୍ଷେପ ନେଇଛନ୍ତି । ମଣିପୁର ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗନିର୍ଦ୍ଦେଶକ ନମ୍ବମ୍ ଦେବନ ଓ କିଟ୍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ . ମୃତ୍ୟୁଞ୍ଜୟ ସୁଆର ଏହି ବୁଝାମଣାରେ ସ୍ବାକ୍ଷର କରିଥିଲେ । ବୁଝାମଣା ଅନୁସାରେ ମଣିପୁର ସରକାର ସମସ୍ତ ପ୍ରକାର ଭିତ୍ତିଭୂମି ଓ ପରିଚାଳନା ଖର୍ଚ୍ଚ ଯୋଗାଇ ଦେବେ । ସୂଚନାଯୋଗ୍ୟ କିଟ୍ ଟିବିଆଇ ଭାରତର ଏକ ପ୍ରମୁଖ ଟେକ୍ନୋଲୋଜି ବିଜିନେସ୍ ଇନ୍କ୍ୟୁବେଟର୍ ଭାବେ ପରିଗଣିତହେଉଛି। ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଟିବିଆଇ ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି ।