ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭୁବନେଶ୍ବରରେ ପ୍ରବେଶ କରୁଥିବା ସମସ୍ତ ଯାତ୍ରୀଙ୍କୁ ବର୍ତ୍ତମାନ ବାଧ୍ୟତାମୂଳକ ଭାବରେ ଏକ ନକାରାତ୍ମକ RT-PCR ପରୀକ୍ଷା ରିପୋର୍ଟ ଉପସ୍ଥାପନ କରିବାକୁ ପଡିବୋଲି ସୂଚନା ଦେଲେ ବିଏମସି। ଦିଆଯାଇଥିବା ଅନୁଯାୟୀ, ଟୀକାକରଣ ସ୍ଥିତିକୁ ଖାତିର ନକରି ପ୍ରତ୍ୟେକ ଯାତ୍ରୀ ଏହି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡର ମାମଲା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନୂତନ ନିୟମ ଆସନ୍ତ କାଲିଠାରୁ ଲାଗୁ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।