ସନଷ୍ଟାର ଟିଭି ବ୍ୟୁରୋ
କଟକ :ଉପକୃତ ହେବେ କଟକବାସୀ।ଆଜି କଟକ ସହରରେ ବହୁ ପ୍ରତୀକ୍ଷିତ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନର ଶୁଭାରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଭର୍ଚୁଆଲରେ ଏହି ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆଜିର ଏହି କାର୍ଯ୍ୟକ୍ରମରେ ନଗର ଓ ବଗୃହ ଉନ୍ନୟନ ବିଭାଗର ବହୁ ମନ୍ତ୍ରୀ ମାନେ ଯୋଗ ଦେବେ। ସୁଜଳ ଯୋଜନାରେ ମହାନଦୀରୁ ପାଣି ଅଣାଯାଇ ସିଡିଏ, ଜଗତପୁର ଓ ପ୍ରତାପନଗରୀରେ ନିର୍ମିତ ୩ଟି ଟ୍ରିଟମେଣ୍ଟ ପ୍ଲାଂଟ୍ ଜରିଆରେ ପାଣି ବିଶୁଦ୍ଧ କରାଯାଇ ନୂଆ ପାଇପ ଲାଇନରେ ଘରକୁ ଘର ପାଣି ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପରେ କ୍ୟାଂଟନମେଂଟ୍ ଓ ଜଗତପୁର ୪୮ ନମ୍ବର ୱାର୍ଡକୁ ୨୪ ଘଣ୍ଟା ବିଶୁଦ୍ଧ ପାନୀୟଜଳ ଯୋଗାଣ କରାଯିବ । ୨୦୨୩ ସୁଦ୍ଧା ସବୁ ସହରବାସୀ ଓ ଉପକଣ୍ଠରେ ରହୁଥିବା ଲୋକେ ବିଶୁଦ୍ଧ ପାଣିର ସୁବିଧା ପାଇବେ। ସୂଚନାମୁତାବକ ସହର ଉପକଣ୍ଠରେ ରହୁଥିବା ୧୦ ଲକ୍ଷରୁ ଅଧିକ ଲୋକ ପିଇବା ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭରଶୀଳ।ତେବେ ଏହି ସମସ୍ୟାରୁ ମିଳିବ କଟକବାସୀଙ୍କୁ ରାହା।