ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରାପଡା: ମା ସାଝିଲା ପିଚାଶୀ।ପୁଅକୁ ମାରି କୂଅରେ ପିଙ୍ଗି ଦେଲା ମା। ଯାହାକୁ ନଅ ମାସ ଗର୍ଭରେ ରଖି ଏ ଦୁନିଆକୁ ଆଣିଥିଲା ତାକୁ ନିଜ ହାତରେ ମାରି ଦେଲା ମା। କୁନି ପିଲାଟି ଦୁନିଆ ଦେଖିବା ପୂର୍ବରୁ ତାର ଜୀବନକୁ ଛଡାଇ ନେଲା ତାର ମା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ । ନିଜ ଜନ୍ମ କଲା ୨ ମାସର ଶିଶୁପୁତ୍ର କୁ ମାରି ଫିଙ୍ଗିଦେଲା ମାଆ ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁର ସତ୍ୟ ରଂଜନ ପରିଡା ଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା ନିଜ ଜନ୍ମିତ ପୁଅକୁ ଗତ କାଲି ବିଳମ୍ବିତ ରାତିରେ ତଣ୍ଟି ଚିପି ମାରି ଅଖାରେ ପୁରାଇ ଘର ନିକଟ ଏକ ପରିତ୍ୟକ୍ତ କୂଅ ରେ ପକେଇ ଦେଇଥିଲେ । ତେବେ ସୂଚନାମୁତାବକ ବିଳମ୍ବିତ ରାତି ହେବାରୁ ପରିବାର ଲୋକେ ପୁଅକୁ ଖୋଜାଖୋଜି କରିଥିଲେ। ପରେ ପୁଅକୁ ମାରି କୂଅଁରେ ପିଙ୍ଗିଥିବା ମାଆ ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଥିଲା । ଏ ନେଇ ଅଭିଯୋଗ ପାଇବା ପରେ ଖବର ପାଇ ମାର୍ଶାଘାଇ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତା ରେ କୂଅ ଭିତରୁ ମୃତ ଶିଶୁ ପୁତ୍ର ର ଶବ ଉଦ୍ଧାର କରିଛି । ପୋଲିସ ଏନେଇ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ସ୍ବାମୀ ସତ୍ୟ ରଞ୍ଜନ ଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି । ଏପଟେ ମହିଳା ଙ୍କ ର ତାଙ୍କ ଭିଣୋଇ ସହିତ ସମ୍ପର୍କ ଥିବା କାରଣରୁ ଶିଶୁଟିକୁ ମାରିଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକେ ।