ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ:ବିଏମସି ମୁମ୍ବାଇ ଏବଂ ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲିଟି ଅଞ୍ଚଳରେ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରଥମରୁ ୯ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ , ଏକାଦଶ ଶ୍ରେଣୀ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ତେବେ ଏହି ଶ୍ରେଣୀର ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ଦିଆଯିବ।
ସହରରେ ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟଗୁଡ଼ିକ ଜାନୁୟାରୀ ୩୧, ୨୦୨୧ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ଜାରି ରହିବ।