ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବିଜେପିରେ ସାମିଲ ହେଲେ ନବରଙ୍ଗପୁରର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ। ଜିଲ୍ଳା ବିଜେଡ଼ିର ଯୁବ ଓ ସଂଖ୍ୟା ଲଘୁ ସେଲର ବହୁ ପଦାଧିକାରୀ ବିଜେପିରେ ଯୋଗ ଦେଇଛନ୍ତି। ସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ, ବିଧାୟକ ନିତ୍ୟାନଦ ଗଣ୍ଡ, ମୁକେଶ ମହାଲିଙ୍ଗ ଓ ପୁର୍ବାତନ ସାଂସଦ ବଳଭଦ୍ର ମାଝୀଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ମିଶ୍ରଣପର୍ବରେ ସାମିଲ ହୋଇଛନ୍ତି । ଜିଲ୍ଳା ଓ ବ୍ଳକ ବିଜେଡ଼ିର ବହୁ ପଦାଧୀକାରୀଙ୍କ ସହ କର୍ମୀ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ଜନ କଲ୍ୟାଣ ଯୋଜନାରେ ପ୍ରଭାବିତ ହୋଇ ଏହି ନେତାମାନେ ସମସ୍ତେ ବିଜେପିରେ ଯୋଗ ଦେଇଥିବା ସଭାପତି ସମୀର ମହାନ୍ତି କହିଛନ୍ତି।(ରିର୍ପୋଟ:ଆଶିଷ କୁମାର ରାଉତ)