ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା : ଆଜି ଠାରୁ କିଶୋର କିଶୋରୀ ଙ୍କୁ ଆଜି ଠାରୁ ଟିକାକରଣ ଆରମ୍ଭ ହୋଇଛି। କରୋନା ବିରୋଧରେ ଲଢେଇକୁ ଆହୁରୀ ଶକ୍ତ କରିବାକୁ ଏହି ମାଧ୍ୟମକୁ ସ୍ବାଗତ କରିଛନ୍ତି ସମଗ୍ର ଦେଶ ।ଏହି ଉଦ୍ଧେଶ୍ୟ ନେଇ ଆଜି ସାରା ଭାରତ ବର୍ଷରେ ୧୫-୧୮ ବର୍ଷ ବୟସ ର ପୁଅ ଝିଅ ଙ୍କୁ ଟିକାକରଣ ଆରମ୍ଭ ହୋଇଯାଇଛି । ଯଦି ଟିକାକରଣ କେନ୍ଦ୍ରରେ ଭିଡ ଜମିଲା ତେବେ ଅପରାହ୍ନରେ ମଧ୍ୟ ଟିକା ଦିଆଯିବା ନେଉ ବିଏମସି ସୂଚନା ଦେଇଛନ୍ତି। ବର୍ତ୍ତମାନ ସକାଳ ୮ଟାରୁ ଅପରାହ୍ନ ୧ଟା ଯାଏଁ ଏହି ଟିକାକରଣ ପ୍ରକିୟା କରାଯାଇଥିଲା। ଏହି ପରିପ୍ରେକ୍ଷୀ ରେ ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ବ୍ଲକରେ ମଧ୍ୟ ଏହା ଆରମ୍ଭ ହୋଇଯାଇଛି।
ସାରା ଦେଶରେ ଆରମ୍ଭ ହୋଇଛି କିଶୋରଙ୍କ ଟୀକା କରଣ । ଆଜି ନୂଆପଡା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ଏହି ଟୀକା କରଣ ପ୍ରକ୍ରିୟା। ପ୍ରଥମ ଡୋଜ ଟୀକା ନେବା ର ୨୮ ଦିନ ପରେ ଦ୍ଵିତୀୟ ଡୋଜ ଦିଆହେବ। ଏଥିରେ ଜିଲ୍ଲାର ୩୩ ହଜାର କିଶୋର କିଶୋରୀ ଙ୍କୁ ଟୀକା ଦେବାର ଲକ୍ଷ ରଖାଯାଇଥିବା ବେଳେ ଆସନ୍ତା ଏକ ମାସ ମଧ୍ୟରେ ସମାପନ କରିବା କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବ୍ୟବସ୍ଥା କରିଛି ବୋଲି ଜିଲ୍ଲା ADMO ଡ଼ଃ ବିନୋଦ ବିହାରୀ ରଥ ପ୍ରକାଶ କରିଛନ୍ତି । ସେହିଭଳି ଏହି ଟୀକା ନେବାକୁ କିଶୋର କିଶୋରୀ ମାନଙ୍କ ମଧ୍ୟରେ ଆଗ୍ରହ ଦେଖା ଦେଇଛି।(ରିର୍ପୋଟ: ଶାମ୍ବ କୁମାର ସରାଫ)