ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ୨୦୧୫ରେ ଜାନୁଆରୀ ରେ ନିଯୁକ୍ତି ପାଇଥିବା୧୦୨ କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଛନ୍ତି। ଏନେଇ ସୂଚନା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଛନ୍ତି ।୨୦୧୫ରେ ଜାନୁଆରୀ ରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଛି। ୬ ବର୍ଷ୧୧ ମାସ ପରେ ଏମାନଙ୍କୁ ନିୟମିତ କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଏହା ଭିତରେ ୪୦୦୫୨ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସାମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏହାସହ ଆସନ୍ତା ଶିକ୍ଷାବର୍ଷ ପାଇଁ ଗଣଶିକ୍ଷା ବିଭାଗର ଯୋଜନା ବିଷୟରେ ଆଲୋଚନା କରିଛନ୍ତି। ୨୫୦ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି ବାକି ଅନ୍ୟ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏବଂ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରୁ ପାଠ ପଢ଼ା ଆରମ୍ଭ କରାଯିବ। ରାଜ୍ୟର ସମସ୍ତ ସ୍କୁଲକୁ ଫାଇଭ ଟି ଅଧୀନରେ ଅଣାଯାଇ ରୂପାନ୍ତରୀକରଣ କରାଯିବ । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏଗାର ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରି ସାରିଛି। ଆଦର୍ଶ ବିଦ୍ୟାଳୟରେ ୧୭୦୦ ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାକୁ କିଭଳି ଗୁରତ୍ୱ ଦିଆଯିବା ଉପରେ ତାହା ଉପରେ ଧ୍ୟାନ ଦିଆଯାଉଛି । ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରିବା ସହ ସଠିକ ସମୟରେ ଫଳ ବାହାର କରିବା ପାଇଁ ଆଶା କରାଯାଉଛି। ଯଦି କିଛି ସମସ୍ୟା ଉପୁଜେ ସରକାର ସେଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସମୀର ରଞ୍ଜନ ଦାସ କହିଛନ୍ତି। ଏହାସହ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି ଯେପରିକ କି କିଶୋରଙ୍କ ଟିକାକରଣକୁ ତ୍ଵରାନ୍ଵତ କରାଯିବ ବୋଲି ଗଣମାଧ୍ୟମକୁ ସୂଚନାଦେଇଛନ୍ତି। ଏହାସହ ଜାନୁଆରୀ ୩ ତାରିଖରୁ ପ୍ରଥମ ଠାରୁ ପଞ୍ଚମ ଖୋଲିବା ପ୍ରସଙ୍ଗ କୁ ନେଇ କହିଛନ୍ତି ଯେ ସବୁ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ଜିଲ୍ଲାର ବିଇଓ ଡ଼ିଇଓ ବ୍ୟକ୍ତିଗତ ଭାବେ ସ୍କୁଲ ପରିଦର୍ଶନ କରି ଏହାର ସମୀକ୍ଷା କରୁଛନ୍ତି। ଆସନ୍ତା୪ ତାରିଖରେ, ବିଇଓ ଓ ଡ଼ିଇଓ ମାନଙ୍କ ସହ ଏ ନେଇ ସବିଶେଷ ବୈଠକ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।(ରିର୍ପୋଟ:ଆଶିଷ କୁମାର ରାଉତ)