ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୨୫ ଲକ୍ଷ ୫୩ ହଜାର ୧୫ ରୁ ୧୮ ବର୍ଷ ପିଲାଙ୍କୁ କୋଭିଡ ଟୀକା ଦିଆଯିବ । ଏହାସହ ୬୦ ବର୍ଷରୁ ଉର୍ଦ୍ଧ୍ବ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ଦିଆଯିବ ପ୍ରିକେସନ ଡୋଜ ବା ବୁଷ୍ଟର ଡୋଜ। ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ପ୍ରିକେସନ ଡୋଜ ଦିଆଯିବ । ସ୍ୱାସ୍ଥ୍ୟ କର୍ମୀ ଓ ସମୁଖ ଯୋଦ୍ଧା ୭ ଲକ୍ଷ ୫ ହଜାର ରହିଛନ୍ତି ତେଣୁ ସେମାନଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ । ଏହାସହ ୧୫ ରୁ ୧୮ ବର୍ଷୀୟ ପିଲାମାନଙ୍କୁ ଯେଉଁମାନେ ଟୀକା ନେବେ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ ଏବଂ ଜାନୁୟାରୀ ୧ରୁ ସେମାନଙ୍କୁ ଟିକା ଦିଆଯାଇପାରିବ ।
ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟୀକା ଦେବାକୁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ। ଯେହେତୁ ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକ ମାନଙ୍କୁ ପିଲାଙ୍କ ସହିତ ଆସିବାକୁ ପଡି ପାରେ । ଅନୁମତି ପାଇଥିବା ଦୁଇଟି ଟୀକା ମଧ୍ୟରୁ ପିଲା ମାନଙ୍କୁ କେଉଁ ଟୀକା ଦିଆଯିବ ତାହା ସ୍ପଷ୍ଟ ହୋଇନି । ମାର୍ଗଦର୍ଶୀକା ଆସିବା ପରେ ଏହା ସ୍ପଷ୍ଟ ହେବ। ନିୟମ ଅନୁସାରେ ଯିଏ ଯେଉଁ ଟୀକା ନେଇଛନ୍ତି ପ୍ରିକେସନ ଡୋଜ (ବୁଷ୍ଟର) ହିସାବରେ ସେହି ଟୀକା ନେବା କଥା । ବର୍ତ୍ତମାନ ୨୬୦୦ସେସନ ସାଇଟରେ ଟୀକା କରଣ ଚାଲିଛି। ପ୍ରତି ବ୍ଲକରେ ୮ ଟି ମୋବାଇଲ ଭ୍ୟାନ ବୁଲି ଟୀକା କରଣ କରୁଛନ୍ତି । ପ୍ରଥମ ଡୋଜ ନେବାକୁ ୨୯ ଲକ୍ଷ ଲୋକ ବାକି ଅଛନ୍ତି ଓ ଦ୍ୱିତୀୟ ଡୋଜ ନେବାକୁ ୩୦ ଲକ୍ଷ ଲୋକ ବାକି ଅଛନ୍ତି । ତେବେ ବର୍ତ୍ତମାନ ଟିକାକରଣକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।(ରିର୍ପୋଟ:ଆଶିଷ କୁମାର ରାଉତ)