ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ସମଗ୍ର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି । ଆମର ଯେତିକି ବିଦେଶ ଫେରନ୍ତା ଆସିଛନ୍ତି ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ପିଜିଟିଭ ବାହାରିଥିଲା । ଯାହା ମଧ୍ୟରୁ ୮ ଜଣ ଓମିକ୍ରନ ଭ୍ୟାରିୟାଣ୍ଟର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୧୦ ଜଣଙ୍କର ନେଗେଟିଭ ଆସିଛି । ବର୍ତ୍ତମାନର ସ୍ଥିତି ଦେଖିବାକୁ ଗଲେ ଅନ୍ୟ ରାଜ୍ୟ ତୁଳନାରେ ବର୍ତ୍ତମାନ ଓଡ଼ିଶାର ସ୍ଥିତି ଭଲ ଅଛି । ଏବେ ପର୍ଯ୍ୟନ୍ତ ପରିସ୍ଥିତି ସେତେ ଜଟିଳ ହୋଇନାହିଁ ଯେ ନାଇଟକର୍ଫ୍ୟୁ କି ଲକ ଡ଼ାଉନ ଭଳି କଟକଣା ରାଜ୍ୟ ଆବଶ୍ୟକତା କରିବ। ବର୍ତ୍ତମାନ ସ୍ଥିତି ଆୟତ୍ତରେ ରହିଛି। ଲକଡାଉନ ର ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପିଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଲେ,ହସ୍ପିଟାଲାଇଜେସେନ ଓ ସଂକ୍ରମଣ ବଢିଲେ ଏହିଭଳି ନିୟମର ଆବଶ୍ୟକ ପଡ଼ିବ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।(ରିର୍ପୋଟ:ଆଶିଷ କୁମାର ରାଉତ)