ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:OBC ବର୍ଗ ଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନ ସଂରକ୍ଷଣ ନଦେବାକୁ କୋର୍ଟର ଆଦେଶ ପରେ ରାଜ୍ୟ ରାଜନୀତିରେ ଓବିସି (OBC) ବର୍ଗ ଙ୍କୁ ନେଇ ଏକ ବିତର୍କ ଆରମ୍ଭ ହୋଇଯାଇଛି । ଏହିପ୍ରସଙ୍ଗରେ ବରିଷ୍ଠ ନେତା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏକ ସାମ୍ୱାଦିକ ସମ୍ମିଳନୀ ଡାକିଥିଲେ । ତାସହ ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ସରକାର ନିର୍ବାଚନର ଓବିସି (OBC) ସଂରକ୍ଷଣ ନଦେବା ଯାଏ ନିର୍ବାଚନକୁ ବାତିଲ କରିବା ପାଇଁ ନିଷ୍ପତି ନେଇଥିଲେ ।
ସେହିପରି ରାଜ୍ୟରେ ତୁରନ୍ତ ବିଧାନସଭା ଅଧିବେଶନ ଡାକିବା ସହ ଯେପର୍ଯ୍ୟନ୍ତ ଓବିସି ମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ହୋଇନି ସେପର୍ଯ୍ୟନ୍ତ ନିର୍ବାଚନ ବାତିଲ କରାଯାଉ ବୋଲି ଶ୍ରୀକାନ୍ତ ଜେନା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏବଂ ଯଥାଶୀଘ୍ର ଏହିପ୍ରସଙ୍ଗରେ ସୁପ୍ରିମକୋର୍ଟ ରେ ଏକ ପିଟିସନ ଦାୟର କରନ୍ତୁ । ତାସହ କେନ୍ଦ୍ର ସରକାର ଯଥା ଶୀଘ୍ର ଓବିସି (OBC) ବର୍ଗଙ୍କୁ ସଂରକ୍ଷଣ ଦେବାପାଇଁ ଏକ ବିଲ୍ ଆଣନ୍ତୁ ବୋଲି ଶ୍ରୀକାନ୍ତ ଜେନା ପ୍ରେସ ବାର୍ତ୍ତା ରେ କହିଛନ୍ତି । ଯଦି ସରକାର ଓବିସି (OBC) ବର୍ଗ ଙ୍କୁ ନ୍ୟାୟ ଦେବାରେ ବିଫଳ ହୁଅନ୍ତି OBC ବର୍ଗ ଆନ୍ଦୋଳନ ମାଧ୍ୟମରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାଇ ଦେଇଛନ୍ତି।(ରିର୍ପୋଟ:ଆଶିଷ କୁମାର ରାଉତ)