ସନଷ୍ଟାର ଟିଭି ବ୍ୟୁରୋ
କୋରପୁଟ :କୋରପୁଟ ଜିଲ୍ଲା ସେମିଳିଗୁଡା ସହରରେ ଏବେ ଦେଖିବାକୁ ମିଳୁଛି ଭାଲୁର ଆତଙ୍କ। ସେମିଳିଗୁଡା ମହାବିଦ୍ୟାଳୟ ରାସ୍ତାର ଏକ ପୋଲ ତଳେ ଭାଲୁ ତାର ଛୁଆ ଜନ୍ମ କରିଛି । ଫଳରେ ସେହି ରାସ୍ତା ଦେଇ ଲୋକେ ଯାତାୟତ କରିବାକୁ ଭୟ କରୁଛନ୍ତି । ଭାଲୁ ଛୁଆଟି ପୋଲ ତଳେ ରହୁଥିବାବେଳେ ସନ୍ଧ୍ୟା ହେଲେ ମା ଭାଲୁଟି ଖାଦ୍ୟ ଅନ୍ବଷଣରେ ବାହାରୁଛି । ଏହି ରାସ୍ତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କ ଚଳପ୍ରଚଳ ରହୁଥୁବାରୁ ଭାଲୁ ଆକ୍ରମଣର ଭୟ ଲାଗି ରହିଛି। ସେହି ରାସ୍ତାରେ ଯାତାୟତ ନକରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ।
ଭାଲୁ ର ଗତିବିଧି ଉପରେ ଜଙ୍ଗଲ ବିଭାଗ କଡା ନଜର ରଖିଛି । ମା ଭାଲୁଟି ତା ଛୁଆକୁ ଅନ୍ୟତ୍ର ନେବା ପର୍ଯ୍ୟନ୍ତ ସେହି ରାସ୍ତାରେ ଚଳ ପ୍ରଚଳ ନକରିବା ଓ ଭାଲୁ ଉପରକୁ ଟେକା ପଥର ନ ଫୋପାଡିବାକୁ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛି ଜଙ୍ଗଲ ବିଭାଗ ।
ତେବେ ସହର ମଧ୍ୟରେ ପୋଲ ତଳେ ଭାଲୁଟି ଛୁଆ ଜନ୍ମ କରିଥିବାରୁ ତାକୁ ଦେଖିବାପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ୁଥୁବାରୁ କିଛି ଅଘଟଣ ନଘଟିବା ସକାଶେ ବନାଞ୍ଚଳ ଅଧିକାରୀ କର୍ମଚାରୀ ,ସେଠାରେ ଜଗିକରି ଉକ୍ତ ଭାଲୁ ଟିକୁ ପାଉଁରୁଟି, ମହୁଲ, କଦଳୀ ଖାଦ୍ୟ ଯୋଗାଉଥିବା ସୂଚନା ମିଳିଛି। ସୁନାବେଡା ଓ ସେମିଳିଗୁଡା ପୋଲିସ ମଧ୍ୟ ଭାଲୁର ଗତିବିଧି ଓ ଜଣ ସାଧାରଣଙ୍କ ଚଳ ପ୍ରଚଳ ଉପରେ କଡା ନଜର ରଖିଛି ବୋଲି ସୂଚନା ମିଳିଛି। (ରିର୍ପୋଟ:ବେଂକଟେଶ୍ୱର ରାଓ)