ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସାମ ସରକାର ଶନିବାର ୨୬ଡିସେମ୍ବରରୁ ସାରା ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାତି ୧୧:୩୦ ରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ ହେବ କିନ୍ତୁ ଡିସେମ୍ବର ୩୧ ରେ ଏହା ଲାଗୁ ହେବ ନାହିଁ। ଶନିବାର ଦିନ ଓମିକ୍ରନ୍ ବିପଦ ମଧ୍ୟରେ ରାଜ୍ୟରେ ରାତିର କର୍ଫ୍ୟୁ ସମୟ ପରିବର୍ତ୍ତନ କରିଛନ୍ତି । ରବିବାର ଠାରୁ କର୍ଫ୍ୟୁ ରାତି ୧୧:୩୦ରୁ ସକାଳ ୬:୦୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟ ସରକାର ଦେଇଥିବା ଆଦେଶ ଅନୁଯାୟୀ ହଷ୍ଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକୁ ରାତି ୧୦:୩୦ ସୁଦ୍ଧା ବନ୍ଦ କରିବାକୁ ପଡିବ। ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।