ସନଷ୍ଟାର ଟିଭି ବ୍ୟୁରୋ
ବାଂଲାଦେଶ: ବାଂଲାଦେଶ ର ରାଜଧାନୀ ଢାକାଠାରୁ ୨୫୦ କିମି ଦୂର ଝଲୋକାଠି ନିକଟରେ ଗୁରୁବାର ରାତିରେ ଏକ ବୋଟ୍ରେ ନିଆଁ ଲାଗିବା ଫଳରେ ୩୭ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ନିଆଁ ଲାଗିବାପରେ କେତେକ ଯାତ୍ରୀ ନଦୀଗର୍ଭକୁ ଡେଇଁବା ଫଳରେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଗୁରୁତର ପୋଡିଥିବା ପ୍ରାୟ ୧୦୦ ଯାତ୍ରୀଙ୍କୁ ବରିସାଲସ୍ଥିତ ଡାକ୍ତରଖାନାରେ ଭର୍ଭିକରାଯାଇଛି। ‘ ଅଭିଯାନ ’ ନାମକ ଏହି ତିନି ମହଲା ବିଶିଷ୍ଟ ବୋଟ୍ରେ ୩୧୦ ଜଣଙ୍କ ପାଇଁ ବସିବା ବ୍ୟବସ୍ଥା ଥିବାବେଳେ ଏଥିରେ ୫୦୦ରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଶୁକ୍ରବାର ରାତି ୩ଟା ସମୟରେ ଇଞ୍ଜିନ ପ୍ରକୋଷ୍ଠରେ ନିଆଁ ଲାଗିଥିବାବେଳେ ଏହା କ୍ଷୀପ୍ରଗତିରେ ବୋଟ୍ର ଅନ୍ୟ ଅଂଶକୁ ବ୍ୟାପିଯାଇଥିଲା । ଉକ୍ତ ବୋଟ୍ଟି ଢାକାର ସଦରଘାଟରୁ ଯାତ୍ରାରମ୍ଭ କରିଥିଲା ।