ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ର କ୍ୟାବିନେଟ ବୈଠକ ରେ ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ବିଶେଷ କରି ଶିକ୍ଷା ସହାୟକ ମାନଙ୍କ ପାଇଁ ବଡ଼ ନିଷ୍ପତି ନିଆ ଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ୩୩୨୮ ଜଣ ମଲ୍ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ। ଚାକିରିର ୬ ବର୍ଷ ପରେ ସେମାନଙ୍କୁ ଶିକ୍ଷା ସହାୟକରୁ ସହାୟକ ଶିକ୍ଷକ ମାନ୍ୟତା ମିଳିବ।
ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ, ୨୬୦ କୋଟି ବ୍ୟୟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ, କଳାହାଣ୍ଡି ଜିଲ୍ଲା ମ.ରାମପୁର, ଯାଜପୁର ଜିଲ୍ଲା ଚିତ୍ତାଳୋ, ବଲାଙ୍ଗୀର ଜିଲ୍ଲା ଆଗଲପୁର ଠାରେ ଗ୍ରୀଡ୍ ସବଷ୍ଟେସନ୍, ୯୯ଟି ୧୧କେଭି ଓ ୬୪ଟି ୩୩କେଭି ଲାଇନ ୩ ବର୍ଷରେ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି।
କଳାହାଣ୍ଡି ଜିଲ୍ଲା ସାନ୍ଧୁଲ ବ୍ୟାରେଜ ଉପରେ କ୍ୟାବିନେଟ ମୋହର ଲାଗିଛି।
ସେହିପରି ‘ଏସ୍ସିବି’ର ଉନ୍ନତିମୂଳକ କାର୍ଯ୍ୟ ପାଇଁ ୮୮୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।