ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ଅନୁଦାନପ୍ରାପ୍ତ କଲେଜଗୁଡିକୁ ସପ୍ତମ ବେତନ କମିଶନ ଦରମାଭୁକ୍ତ କରିବା ସମ୍ଭାବନା ରହିଛି । ଏହାଛଡା ଭେଟେନାରୀ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିପାରେ । ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଉ କିଛି ଗୁରୁତ୍ୱପୂର୍ଣ ନିଷ୍ପତି ନେଇ ପାରନ୍ତି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫.୩୦ ସମୟରେ ରେ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ରେ ଅନୁଷ୍ଠିତ ହେବ।