ସନଷ୍ଟାର ଟିଭି ବ୍ୟୁରୋ
ବେଙ୍ଗାଲୁର: ବୁଧବାର ସକାଳେ ବେଙ୍ଗାଲୁରୁ ନିକଟରେ ୩.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଟ୍ୱିଟରରେ ରିପୋର୍ଟ କରିଛି। ଭୂକମ୍ପ ଦ୍ୱାରା ସାଧାରଣ ଜୀବନ ପ୍ରଭାବିତ ହୋଇନଥିଲା।
ଏନସିଏସ୍ ଟ୍ୱିଟରରେ କହିଛି ଯେ ୨୩ କିଲୋମିଟର ଗଭୀରତାରେ ସକାଳ ୭ ଟା ରେ ଏହି ଭୂକମ୍ପ ଅନୁଭୂତ ହୋଇଛି।
ସୂଚନା ଅନୁଯାଯୀ ଏହି ଭୂକମ୍ପର କେନ୍ଦ୍ର କର୍ଣ୍ଣାଟକ ରାଜଧାନୀଠାରୁ ୬୬ କିଲୋମିଟର ଦୂରରେ ଥିବା ଜଣାଯାଇଛି।