ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଉ ବୋଲି ଦାବୀରେ ଖୋର୍ଦ୍ଧା ବରୁଣେଇ ପୀଠ ରୁ ବିରାଟ ପାଇକ ସମାବେଶ ବାହାରି ଭୁବନେଶ୍ଵର ରେ ଆସି ପହଞ୍ଚିଥିଲେ । କେନ୍ଦ୍ର ସରକାର ନିଷ୍ପତ୍ତି ବିରୋଧରେ ପାଇକ ପୁଅମାନେ ରଣ ହୁଙ୍କାର ଦେଇଥିଲେ । ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଏବଂ ପାଇକ ସ୍ମାରକୀ ନିର୍ମାଣ ପ୍ରସ୍ତାବିତ ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦାବି କରିଥିଲେ। ଏହାପରେ ବରୁଣେଇ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ପଞ୍ଚପାଇକ, ଖୋର୍ଦ୍ଧା ସହର, ଜାତୀୟ ରାଜପଥ ଦେଇ ପାଇକ ମାନେଭୁବନେଶ୍ବରରେ ପହଞ୍ଚିଥିଲେ ।
ଏହି ଶୋଭାଯାତ୍ରାରେ ପାଇକ ସାମରିକ କଳା ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାର ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିଥିଲେ। ଏହି ଶୋଭାଯାତ୍ରାରେ ପାଇକଙ୍କ ଦାୟଦ, ବୁଦ୍ଧିଜୀବୀ ଓ ସ୍ଥାନୀୟ ନେତୃତ୍ବ ସାମିଲ ହୋଇଥିଲେ।(ରିର୍ପୋଟ:ଆଶିଷ କୁମାର ରାଉତ)