ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କେନ୍ଦ୍ର ସରକାର ଚଳିତ ଅଧ୍ଵବେଶନରେ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ – ୨୦୨୧ ସଂସଦରେ ଆଣିବାକୁ ଯାଉଛନ୍ତି । ଏହି ଆଇନ ଦ୍ବାରା ୨ଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ସହଜ ହେବ । ତେଣୁ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ ୨୦୧୧କୁ ସର୍ବ ଭାରତରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ସଙ୍ଗଠନ ଗୁଡ଼ିକ ବିରୋଧ କରି ଆଜି ଠାରୁ ଦୁଇଦିନ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛନ୍ତି । ୧୬ ଓ ୧୭ ତାରିଖରେ ସମସ୍ତ ସରକାରୀ ବ୍ୟାଙ୍କ ଶାଖା ସମ୍ମୁଖରେ କର୍ମଚାରୀ ଓ ଅଧିକାରୀମାନେ ବ୍ୟାଙ୍କକୁ ବନ୍ଦ କରି ଧର୍ମଘଟରେ ବସିଛନ୍ତି । ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍କୁ ବିରୋଧ ଦେଶରେ ପ୍ରାୟ ୫୪ ହଜାର ବ୍ୟାଙ୍କ ଶାଖା ଏବଂ ରାଜ୍ୟର ପ୍ରାୟ ୫ ହଜାର ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ ଦିଆଯିବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନାମିଳିଛି। ଏହି ଧର୍ମଘଟରେ ସାରା ଦେଶରେ ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଅଂଶଗ୍ରହଣ କରିବାକୁ ଥିବାବେଳେ ରାଜ୍ୟରୁ ପ୍ରାୟ ୨୫ ହଜାର କର୍ମଚାରୀ ଓ ଅଧିକାରୀ ବ୍ୟାଙ୍କ ଶାଖାରେ ଧର୍ମଘଟରେ ବସିବେ ବୋଲି ଜଣାପଡିଛି।