ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ହେଉଛି ଜାତୀୟ ନୌସେନା ଦିବସ । ଦେଶ ପ୍ରତି ଭାରତୀୟ ନୌବାହିନୀର ବଳିଦାନ ଓ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଡିସେମ୍ବର ୪ ତାରିଖରେ ସାରା ଭାରତ ଏହାକୁ ପାଳନ କରିଥାଏ । ୧୯୭୧ ମସିହା ଆଜିର ଦିନରେ ଏହି ଦିବସ ଘୋଷଣା କରାଯାଇଥିଲା । ପାକିସ୍ତାନ ଦ୍ଵାରା ୩ ଡିସେମ୍ବର ଦିନ ଭାରତର ସୀମାବର୍ତ୍ତି ଅଞ୍ଚଳ ଏବଂ ଆକାଶ ମାର୍ଗକୁ ଆକ୍ରମଣ କରାଯାଇଥିଲା । ପାକିସ୍ତାନକୁ ଉଚିତ ଜବାବ ଦେବାପାଇଁ ଭାରତ ଅପରେସନ୍ ଟ୍ରାଇଡେଣ୍ଟ ଆରମ୍ଭ କରିଥିଲା । ଏହି ସମୟରେ ଭାରତୀୟ ନୌସେନା ପିଏନ୍ଏସ୍ ସମେତ ପାକିସ୍ତାନର ୪ ଜାହାଜ ବୁଡ଼ାଇବା ସହିତ ଶତାଧିକ ପାକିସ୍ତାନୀ ନୌସେନା କର୍ମୀଙ୍କୁ ହତ୍ୟା କରିଥିଲା। ଏହି ଯୁଦ୍ଧ ଅଭିଯାନ ପାକିସ୍ତାନ ନୌସେନାର କରାଚୀ ସ୍ଥିତ ମୁଖ୍ୟାଳୟକୁ ଲକ୍ଷ୍ୟ କରି ଆରମ୍ଭ ହୋଇଥିଲା ଏବଂ ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ଭାରତ ଆଣ୍ଟି ସିପ୍ ମିସାଇଲ ବ୍ୟବହାର କରିଥିଲା । ୧୯୭୧ ମସିହା ଇଣ୍ଡୋ-ପାକିସ୍ତାନ ଯୁଦ୍ଧରେ ଏହି ଦିନ ଯେଉଁମାନେ ସହିଦ ହୋଇଥିଲେ, ଏ ଅବସରରେ ସେମାନଙ୍କର ସ୍ମୃତିଚାରଣ ମଧ୍ୟ କରାଯାଏ ।
ନୌସେନା ଦିବସ ଏବଂ ନୌସେନା ସପ୍ତାହରେ ଭାରତୀୟ ନୌସେନା ପକ୍ଷରୁ ସମୁଦ୍ରରେ ଜାହାଜଗୁଡ଼ିକର ପ୍ରଦର୍ଶନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଭାରତୀୟ ନୌସେନା ହେଉଛି ଭାରତୀୟ ସଶସ୍ତ୍ର ବଳର ନୌଶାଖା । ଭାରତର ରାଷ୍ଟ୍ରପତି ମୁଖ୍ୟ କମାଣ୍ଡର ଭାବେ ଏହାର ନେତୃତ୍ୱ ବହନ କରିଥାନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ନୌସେନାର ସାହାସ, ବଳିଦାନ ଓ ଭୂମିକାକୁ ସମ୍ମାନ ଜଣାଇଛନ୍ତି ।ଏବଂ ଏଭଳି ସାରା ବିଶ୍ଵରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ ହେଉ ବୋଲି ନୌବାହିନୀମାନଙ୍କୁ ବାର୍ତ୍ତା ଦେଇଛନ୍ତି ।
Navy Day greetings to all our valorous navy personnel and their families. The Indian navy fearlessly protects our coasts and also renders humanitarian assistance in times of need. We also remember India’s rich maritime tradition over centuries. pic.twitter.com/k2PMgvc0F3
— Narendra Modi (@narendramodi) December 4, 2020