ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଦକ୍ଷ ରାଜୀବ କୁମାର । ରାଜୀବଙ୍କ ଓଡିଶା ଗସ୍ତକୁ ସ୍ୱାଗତ କରିଛି ବିଜୁ ଜନତା ଦଳ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶଶୀଭୂଷଣ ବେହେରା । ନୀତି ଆୟୋଗଙ୍କ ଉପାଦକ୍ଷଙ୍କ ନିକଟରେ ଓଡ଼ିଶାକୁ ଫୋକ୍ସ ଷ୍ଟେଟ ଓ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଦାବି ଉଠାଇବ ବୋଲି ଶଶୀ କହିଛନ୍ତି ।
ଶଶୀଭୂଷଣ କହିଛନ୍ତି ଯେ, ନୀତି ଆୟୋଗ ହେଉଛି ଦେଶର ବିକାଶ ଲାଗି ଏକ ଶୀର୍ଷ ସ୍ତରୀୟ ଅନୁଷ୍ଠାନ । ଯାହା ବିଭିନ୍ନ ରାଜ୍ୟକୁ ଗସ୍ତ କରି ତଥ୍ୟ ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ତେବେ ନୀତି ଆୟୋଗର ଉପାଦକ୍ଷଙ୍କ ଓଡ଼ିଶା ଗସ୍ତକୁ ବିଜେଡି ସ୍ୱାଗତ କରିଛି। ରାଜ୍ୟର ସ୍ୱାର୍ଥ ନେଇ ପୂର୍ବରୁ ଯୋଜନା କମିଶନ ନିକଟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ବିଭିନ୍ନ ଦାବି ରଖି ଆସିଛନ୍ତି । ଏବେ ନୀତି ଆୟୋଗ ନିକଟରେ ଓଡ଼ିଶାର ନାର୍ଯ୍ୟ ଦାବି ଦୋହରାଇବେ । ନର୍ଥ ଇଷ୍ଟ ରାଜ୍ୟ ପରି ଓଡ଼ିଶାକୁ ଫୋକ୍ସ ଷ୍ଟେଟ ଦାବି କରିବ ଓଡ଼ିଶା । ଫୋକ୍ସ ଷ୍ଟେଟ ପରି ଓଡ଼ିଶାରେ ଆଦିବାସୀ ଓ ଦଳିତ ଲୋକ ବସବାସ କରୁଛନ୍ତି ।
କେନ୍ଦ୍ର ଓଡ଼ିଶାରୁ ଅଧିକ ରାଜସ୍ବ ପାଉଛି । ରେଳବାଇ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରାଜସ୍ୱ ସଂଗ୍ରହ କରୁଛି କେନ୍ଦ୍ର । ଏହା ସହ ଜିଏସଟି ଓ ଅନ୍ୟ କ୍ଷେତ୍ରରେ ଓଡ଼ିଶାର ଶୃଙ୍ଖଳା ରହିଛି । ଓଡ଼ିଶାକୁ ଯେପରି ଅନୁରୂପ ଭାବେ ସାହାଯ୍ୟ ସହଯୋଗ ମିଳିବା କଥା କେନ୍ଦ୍ର ପକ୍ଷରୁ ମିଳୁନାହିଁ । ଓଡ଼ିଶାର ପ୍ରାପ୍ୟ ରୟାଲଟି ମଧ୍ୟ ରିଭିଜନ ହେଉନାହିଁ । ରାଜ୍ୟର ଭିର୍ତ୍ତିଭୂମୀର ବିକାଶର ଆବଶ୍ୟକତା ରହିଛି । ଏହି ସମସ୍ତ ଅବହେଳା ରାଜ୍ୟ ସରକାର ନୀତି ଆୟୋଗ ନିକଟରେ ଉପସ୍ଥାପନ କରିବେ । ନୀତି ଆୟୋଗର ରେକମଣ୍ଡେସନ ନୀତି ଆୟୋଗ ନିଶ୍ଚୟ ଗ୍ରହଣ କରିବେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।(ରିର୍ପୋଟ:ଆଶିଷ କୁମାର ରାଉତ)