ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସୋମବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ବର ସ୍ଥିତ ଲୋୟର ପିଏମଜି , ରାଜାଛକ ବୌଦ୍ଧିକ ସମାବେଶଠାରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ କରକମଳରେ ଭାରତ ବର୍ଷର ପ୍ରଥମ ମୁକ୍ତି ଆନ୍ଦୋଳନ ‘ ପାଇକ ସଂଗ୍ରାମ ’ ଉପରେ ଇଂରାଜୀ ପଞ୍ଜିକା ପରିବର୍ତନ ଅବସରରେ ଓଡିଆ ଭାଷାରେ ଭବଦୁମୁଖି ପ୍ରତିଭାଦୀପ୍ତ କମଳ ଲୋଚନ ବିଶ୍ଵାଳ ଦ୍ବାରା ପ୍ରସ୍ତୁତ ଦିନ ପଞ୍ଜିକା – ୨୦୨୨ ( କ୍ୟାଲେଣ୍ଡର ) ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶତପଥୀ , ପାଇକମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଇଂରେଜମାନଙ୍କ ବିରୋଧରେ ଅଦମ୍ୟ ସାହାସର ସହିତ ସଂଗ୍ରାମ କରି ପୁରୀ ଓ ବାଣପୁରକୁ ସ୍ଵାଧୀନ ଘୋଷଣା କରିଥିବା କାରଣରୁ ଭାରତବର୍ଷର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି ଲିପିବଦ୍ଧ ହୋଇ ରହିଛି । ଏହି ପଞ୍ଜିକା ଏକ ଭିନ୍ନ ଏବଂ ସଂସ୍କୃତି , ପରମ୍ପରାକୁ ପାଥେୟ କରି ଅତି ଉତ୍କୃଷ୍ଟ ୧୨ ମାସରେ ଭିନ୍ନ ଭିନ୍ନ ପାଇକମାନଙ୍କର ସଂଘର୍ଷ , ବଳିଦାନର ଫଟୋ ଉକ୍ତ ପଞ୍ଜିକାରେ ସ୍ଥାନ ପାଇଛି । ଏହି ଚିନ୍ତାଧାରାକୁ ଶ୍ରୀଯୁକ୍ତ ଶତପଥୀ ଭୂୟସୀ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ , ସମାଜସେବୀ ବିଜୟ ପରିଡା , ଦେବୀ ପ୍ରସାଦ ପୃଷ୍ଟି , ଲିଙ୍ଗରାଜ ଜାଟା (ସାଧାରଣ ସମ୍ପାଦକ ) , ସାମ୍ବାଦିକ ସୌଭାଗ୍ୟ ମହାନ୍ତି ( ଉପସଭାପତି ) , ରାହୁଲ କୁମାର ବେହେରା ( ସମ୍ପାଦକ ) , ସାମ୍ବାଦିକ ବିମଳ ଅଲି ପ୍ରଧାନ ( ମୁଖପାତ୍ର ) , ଶରତ କୁମାର ରାଉତ ( କୋଷାଧକ୍ଷ ) , ପ୍ରଦୋଷ କୁମାର ପରିଡା , ପିୟୁଷୁ କୁମାର ସ୍ୱାଇଁ , ଋତୁରାଜ ପଟ୍ଟନାୟକ (ଆଇନଜୀବୀ ) , ସଂଜୀବ କୁମାର ପଣ୍ଡା , ପ୍ରଶାନ୍ତ କୁମାର ପରିଡା , ଜଗନ୍ନାଥ ବିଶ୍ବାଳ , ମାନସ ଦାଶ , ସୁନୀଲ କୁମାର ନାୟକ , ସୁବ୍ରତ କୁମାର , ପ୍ରଦୀପ୍ତ କୁମାର ସ୍ୱାଇଁ , ଅମୂଲ୍ୟ କୁମାର ପରିଡା , ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।(ରିର୍ପୋଟ:ଆଶିଷ କୁମାର ରାଉତ)