ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଆସନ୍ତା ଡିସେମ୍ବର ୧୬ରୁ ଜାନୁଆରୀ ୧୩ ମଧ୍ୟରେ ସିଟିଇଟି କେନ୍ଦ୍ରୀୟ ( କେନ୍ଦ୍ରୀୟ ଯୋଗ୍ୟତା ପରୀକ୍ଷା ) ପରୀକ୍ଷା ହେବାକୁ ଯାଉଛି । ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ଆଡ଼ମିଟ୍ କାର୍ଡ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ହେବ ବୋଲି ସୂଚନା ଦିଆଯାଇଛି । ପେପର୍ – ୧ ପାଇଁ ପରୀକ୍ଷା ସକାଳ ୯.୩୦ରୁ ୧୨ଟାମଧ୍ୟରେ ହେବାକୁ ଥିବାବେଳେ ପେପର୍ – ୨ ପରୀକ୍ଷା ଅପରାହ୍ନ ୨ଟା ୩୦ରୁ ୫ଟା ଯାଏଁ ହେବ । ଛାତ୍ରଛାତ୍ରୀ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ବିଭାଗର ୱେବ୍ସାଇଟ୍ ମାଧ୍ୟମରେ ପାଇପାରିବେ ବୋଲି ସିବିଏସ୍ଇ ଦର୍ଶାଇଛି । ସେହିପରି ପରୀକ୍ଷାର୍ଥୀ ମଧ୍ୟ ସେମାନଙ୍କ ଆଡ୍ମିଟ୍ କାର୍ଡ଼ ବିଭାଗର ୱେବ୍ସାଇଟ୍ରେ ପାଇପାରିବେ ବୋଲି ସିଟିଇଟି କହିଛି ।