ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଯଦି ରାଜ୍ୟରେ କ୍ଷମତାକୁ ଆସିବ ତେବେ ଗୋଆରେ ମହିଳାଙ୍କ ପାଇଁ ସିଧାସଳଖ ଟଙ୍କା ସ୍ଥାନାନ୍ତର ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଛି ଟିଏମସି।
ଗ୍ରୃହ ଲକ୍ଷ୍ମୀ ନାମକ ଏହି ଯୋଜନା ଅନୁଯାୟୀ, ପାର୍ଟି କ୍ଷମତାକୁ ଆସିବା ପରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଗ୍ୟାରେଣ୍ଟି ଆୟକର ହିସାବରେ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ୫୦୦୦ଟଙ୍କା ହସ୍ତାନ୍ତର କରାଯିବ ବୋଲି ଟିଏମସି ନେତା ମହୁଆ ମୌତ୍ର କହିଛନ୍ତି।
ଏହି ଯୋଜନା ପାଇଁ ଦଳ ଖୁବ୍ ଶୀଘ୍ର କାର୍ଡ ବଣ୍ଟନ ଆରମ୍ଭ କରିବ ବୋଲି ସେ କହିଛନ୍ତି ଏବଂ ଗୋଆରେ ଟିଏମସି ସରକାର ଗଠନ କରିବା ପରେ ଅନନ୍ୟ ପରିଚୟ ନମ୍ବର ବହନ କରୁଥିବା ଏହି କାର୍ଡଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ଘୋଷଣା କରିଛି। ୩.୫ ଲକ୍ଷ ପରିବାରର ମହିଳାମାନେ ଏହି ଗ୍ରୃହ ଲକ୍ଷ୍ମୀ ଯୋଜନା ଅଧୀନରେ ରହିବେ ବୋଲି ସେ କହିଛନ୍ତି। ଯିଏ ଟିଏମସିର ଗୋଆ ଇନ୍-ଚାର୍ଜ ବୋଲି ସେ କହିଛନ୍ତି।
ନିକଟରେ ରାଜ୍ୟ ଗସ୍ତ ସମୟରେ ଆପ ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦି ତାଙ୍କ ଦଳ ଗୋଆରେ କ୍ଷମତାକୁ ଆସେ, ତେବେ ଗ୍ରୃହ ଆଧାର ଯୋଜନା ଅନ୍ତର୍ଗତ ମହିଳାମାନଙ୍କୁ ପ୍ରଦାନ କରାଯାଇଥିବା ୧୫୦୦ଟଙ୍କା ବେତନ ୨୫୦୦ଟଙ୍କାକୁ ବୃଦ୍ଧି ପାଇବ। ୧୮ ଏବଂ ତଦୁର୍ଦ୍ଧ୍ୱ, ଯେଉଁମାନେ ଏହି ଯୋଜନା ଅଧୀନରେ ନାହାଁନ୍ତି, ସେମାନଙ୍କୁ ମାସକୁ ୧୦୦୦ଟଙ୍କା ଦିଆଯିବ। ଶୁକ୍ରବାର ଦିନ ଗୋଆ ଗସ୍ତରେ ଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାଙ୍କ ପାଇଁ ୩୦ ପ୍ରତିଶତ କୋଟା ପ୍ରତିଶୃତି ଦେଇଛନ୍ତି। ତେବେ କଥା ହେଉଛି ରାଜନୀତି ସହ ଟଙ୍କାର ସାମଞ୍ଜସ କ’ଣ? ସରକାର କୁ ଆସିଲେ ଟଙ୍କା ବୃଦ୍ଧି କରାଯିବ ବୋଲି କହିବା ପଛରେ କ’ଣ କାରଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା କାହାକୁ ଜଣାନାହିଁ। ତେବେ କିଏ ସରକାର କୁ ଆସିବ ଏବଂ ସରକାର କୁ ଆସିବା ପରେ ଦେଇ ଥିବା ପ୍ରତିଶୃତି କେତେ ସଫଳ ହେବ ତାହା ଆଗକୁ ଜଣାପଡିବ।