ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ ୩୧ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ କୌଣସି ନିୟମିତ ଯାତ୍ରୀବାହୀ ବିମାନ ଉଡ଼ାଣ କରିବ ନାହିଁ ବୋଲି ସୂଚନାଦିଆଯାଇଛି । ବିଶ୍ବର ଅନେକ ଦେଶରେ କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ୍ ବ୍ୟାପିବା ଦ୍ଵାରା ଏହି କଟକଣା ଜାରି କରାଯାଇଛି । ଆଜି ( ଗୁରୁବାର ) ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବେସାମରିକ ମନ୍ତ୍ରାଳୟ ଅନୁମତିପ୍ରାପ୍ତ ବିମାନ ଉଡ଼ାଣକୁ ଅନୁମତି ଦିଆଯାଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଭାରତ ସରକାର ଡିସେମ୍ବର ୧୫ରୁ ବିଦେଶକୁ ବିମାନ ଚଳାଚଳ ନିଷ୍ପତ୍ତି ନେଇଥିଲେ । ନଭେମ୍ବର ୨୬ରେ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଓମିକ୍ରନ୍ ଆସିବା ଦ୍ଵାରା ନଭେମ୍ବର ୨୬ରେ ପ୍ରକାଶିତ ବିଜ୍ଞପ୍ତିକୁ ମନ୍ତ୍ରାଳୟରେ ସଂଶୋଧନ କରାଯାଇଛି। ଏହି ନିର୍ଦ୍ଦେଶନାମା ଦେଶର ସମସ୍ତ ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି ।