ସନଷ୍ଟାର ଟିଭି ବ୍ୟୁରୋ
ଉଦଳା:ଯେଉଁ ମେସିନ୍ ସହିତ ସେ ପ୍ରତିଦିନ କାମ କରନ୍ତି ଶେଷରେ ସେହି ମେସିନ ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଲା । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଦେହରେ ଶିହରଣ ଖେଳିଯିବ । ଖୁଂଟା ଥାନା ପୁରୁଣା ବାରିପଦା ଗ୍ରାମ ଠାରେ ଜେଏମସି କମ୍ପାନୀ ପକ୍ଷରୁ ପାଇପ୍ ଲାଇନ କାମ ଚାଲିଥିଲା। ଏଥିରେ ଉଦଳା ଥାନା କୁଶଳଦା ଗ୍ରାମର ରବି ନାୟକ ଫିଟର ଭାବେ କାର୍ଯ୍ୟ କରୁଥିଲେ । ଆଜି ମଧ୍ୟାହ୍ନରେ ସେ ଏକ ପାଇପ ଲାଇନକୁ କଟର ସାହାଯ୍ୟରେ କାଟୁଥିବା ବେଳେ କଟରରେ ସେ ନିଜେ କଟିଯାଇଥିଲେ । କଟରରେ ତାଙ୍କ ମୁହଁ ଅଧା କଟି ଯାଇଥିବା ବେଳେ ସହଯୋଗୀମାନେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କଟରରେ ପାଇପ୍ ଲାଇନ କାଟୁ କାଟୁ ନିଜେ କଟି ଯାଇଛନ୍ତି ରବି ନାୟକ । ତାଙ୍କ ମୁହଁ ଏପରି ଭାବେ କଟରରେ କଟିଛି ଯାହାକୁ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ । ଉଦଳା ପୋଲିସ୍ ଡାକ୍ତରଖାନାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେଣେ କମ୍ପାନୀର ଉପରିସ୍ଥ ଅଧିକାରୀ ଏବେ ସୁଦ୍ଧା ଘଟଣାସ୍ଥଳରେ ପହଂଚି ନ ଥିବା ଜଣାଯାଇଛି ।(ରିର୍ପୋଟ: ଆଲୋକ କୁମାର ବେହେରା)