ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କେନ୍ଦ୍ର ସରକାର ଚଳିତ ଅଧିବେଶନରେ ବ୍ୟାଙ୍କ ଆଇନ ସଂଶୋଧନ ବିଲ – ୨୦୨୧ ସଂସଦରେ ଆଣିବାକୁ ଯାଉଛନ୍ତି । ଏହି ଆଇନ ଆସିବା ଦ୍ଵାରା ୧୨ଟି ବ୍ୟାଙ୍କ ମଧ୍ୟରୁ ୨ଟି ବ୍ୟାଙ୍କକୁ ଘରୋଇକରଣ କରିବାକୁ ସହଜ ହୋଇଯିବ । କେନ୍ଦ୍ର ସରକାର ବ୍ୟାଙ୍କକୁ ଘରୋଇକରଣ କରିବାକୁ ଏହି ବିଲ ମାଧ୍ୟମରେ ମସୁଧାକରୁଥିବା ଅଭିଯୋଗ କରି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ସମସ୍ତ ସଙ୍ଗଠନ ବିରୋଧ କରିଛନ୍ତି । ବ୍ୟାଙ୍କଘରୋଇକରଣ କରାଯିବା ଦ୍ଵାରା ଜନସାଧାରଣଙ୍କ ସଞ୍ଚୟକୁ ବିପଦ ରହିଛି । ଚାକିରି ନିରାପତ୍ତା ଉପରେ ଆକ୍ରମଣ କରାଯାଇଛି । ସଙ୍ଗଠନଗୁଡ଼ିକ ବ୍ୟାଙ୍କି ଆଇନ ସଂଶୋଧନ ବିଲ -୨୦୨୧କୁ ବିରୋଧ କରି ଆସନ୍ତା ୧୬ ଓ ୧୭ ତାରିଖରେ ବ୍ୟାଙ୍କ ବନ୍ଦ କରି ସମସ୍ତ କର୍ମଚାରୀ ଧର୍ମଘଟରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।