ସନଷ୍ଟାର ଟିଭି ବ୍ୟୁରୋ
ବାଲିଆପାଳ :ବାତ୍ୟା ଜଓ୍ବାଦରେ ହୋଇଥିବା ଲଗାଣ ବର୍ଷାରେ ବାଲିଆପାଳ ବ୍ଲକ ରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଚାଷୀ ମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ପରି ଦୁଃଖ ମାଡି ଆସିଛି। ବାତ୍ୟା ୟସ୍ ରେ ଲୁଣି ପାଣି ମାଡି ଥିଲା । ତାପରେ ଲଗାତର ଚାରି ଥର ବନ୍ୟାରେ ଜଳମଗ୍ନ ହୋଇ ଯାଇ ଚାଷ ଅମଳ ହୋଇଥାନ୍ତା। ବାତ୍ୟା ଜଓ୍ବାଦ ପ୍ରଭାବରେ ଲଗାଣ ବର୍ଷା ସଂମ୍ପୂର୍ଣ୍ଣ ନଷ୍ଟ । ବ୍ୟାପକ ଧାନ ଓ ରବି ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଚାଷୀମାନେ ବିଲରୁ ପାଚିଲା ଧାନ କାଟି ପାରିନଥିବା ବେଳେ ବର୍ଷା ପବନ ଯୋଗୁଁ ଧାନ ଗଛ ଗୁଡିକ ବିଲରେ ଶୋଇ ରହିଛି। କିନ୍ତୁ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବଢିଛି। ତେଣୁ ଏହି ବର୍ଷା ରେ ବହୁ ଫସଲ ନଷ୍ଟ ହୋଇ ଯାଇଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେବେ ବିଲରୁ ପାଣି ଛାଡ଼ିବା ର ସମ୍ଭାବନା ନଥିବା ବେଳେ ପାଣି ଜମିବା ଯୋଗୁଁ ଧାନ ଫସଲ ପଚି ନଷ୍ଟ ହୋଇଯାଇଛି। ତେବେ ପ୍ରାୟ ୧୦ ହଜାର ହେକ୍ଟର ଚାଷ କରାଯାଇଥିବା ବେଳେ ଏବେ ସୁଧା ୨୦ରୁ ୩୦ ପ୍ରତିଶତ ଧାନ କଟାଯାଇଥିବା ଜଣାପଡିଛି। ବାତ୍ୟା ଜଓ୍ବାଦଙ୍କୁ ଲକ୍ଷ୍ୟ ରଖି ଯେଉଁ ଚାଷୀ ମାନେ ତରବରିଆ ଭାବ ଧାନ କାଟି ନେଇଛନ୍ତି ତାହା ଏହି ଲଗାଣ ବର୍ଷା ପାଇଁ ଅମଳ କରିବା ସମ୍ଭବ ହେଉନାହିଁ। ତେବେ ଯେଉଁ ଭାଗ ଚାଷୀ ରହି ସେମାନଙ୍କ ଦୁଃଖ କହିଲେ ନସରେ। ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ର ନୟାବାଲି, ବିଷ୍ଣୁପୁର, ରସଲପୁର ,ଇକଡପାଳ, ରାମନଗର ରସଲପୁର, ଅଧିକାଂଶ ଭାଗ ଚାଷୀ ମାନେ ମହିଳା ସ୍ବଂୟ ସହାୟକା ଗୋଷ୍ଠୀ ଓ ଯେଉଁ ମାଇକ୍ରୋଫାଇନାନ୍ସସଂସ୍ଥା ରୁ ରୁଣ ଆଣି ଚାଷ କରିଥିଲେ ଏବେ ତ ଲଗାଣ ବର୍ଷା ରେ ଅମଳ ହେବାକୁ ଥିବା ଚାଷ ତ ବିଲରେ ଗଜା ହୋଇ ଯାଇଛି । ତେବେ ଭାଗ ଚାଷୀ ରୁଣ ସୁଝିବା ତାଙ୍କ ପକ୍ଷେ କଷ୍ଟ କର ହୋଇଯାଇଛି । ଚାଷୀ ଟିଏ ଯେ ଯେଉଁ ଆଶା କରିଥିଲା ଯେ ଚାଷରୁ ଦୁଇ ପଇସା ଆସିଲେ ଭଲରେ ଚଳିବା ସହିତ ମାଇକ୍ରୋଫାଇନାନ୍ସସଂସ୍ଥା ରୁ ଆଣି ରୁଣ ସୁଝି ପାରନ୍ତା। ଯେଉଁ ଚାଷୀ ମାନେ ରହିଛନ୍ତି ସେମାନଙ୍କୁ ମାଇକ୍ରୋଫାଇନାନ୍ସସଂସ୍ଥା ର ଜୁଲୁମ୍ ମଧ୍ୟ ସହବାକୁ ପଡୁଛି । ତେବେ ନୟାବାଲି ଓ ରସଲପୁର ଗ୍ରାମ ର ଚାଷୀ ମାନେ ଏକତ୍ରୀତ ହୋଇ ସରକାର ଙ୍କୁ ଗୁହାରି କରିଛନ୍ତି ସେମାନଙ୍କୁ ପ୍ରଶାସନ ତରଫରୁ ସହାୟତା ପାଇଁ ଚାଷୀ ମାନେ ଗୁହାରି କରିଛନ୍ତି ରାମଚନ୍ଦ୍ର ଦଳାଇ, ବିଦ୍ଯାଧର ମଙ୍ଗରାଜ, ଚାରୁ ଦଳାଇ, ଶ୍ରୀ ତମ ଦଳାଇ, ଗୋପିନାଥ ମଙ୍ଗରାଜ, ପ୍ରଭାକର ଦଳାଇ, ବାବୁ ଦଳାଇ, ମନୁ ଦଳାଇ, ଜୟନ୍ତ ପାତ୍ର, ଧିରନ ଦଳାଇ, ବାବାଜୀ ଦଳାଇ, ଦୟାନିଧି ଦଳାଇ ଶତାଧିକ ଚାଷୀ ଏକତ୍ରୀତ ହୋଇ ପ୍ରଶାସନ ନିକଟରେ ଦାବି କରିଛନ୍ତି।(ରିର୍ପୋଟ:ଚନ୍ଦନ ଜେନା)