ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ସାମରିକ ଚପର ଦୁର୍ଘଟଣାର ତ୍ରି-ସେବା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି। ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନ କରାଯିବ। ଅନୁସନ୍ଧାନକାରୀ ଦଳ ଗତକାଲି ୱେଲିଙ୍ଗଟନ୍ରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ କହିଛନ୍ତି। ଏହସହ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ଶେଷ ରୀତିନୀତି ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହିତ ପାଳନ କରାଯିବ ବୋଲି ସୂଚନାଦେଇଛନ୍ତି। ଅନ୍ୟ ସାମରିକ କର୍ମଚାରୀଙ୍କ ଶେଷ ରୀତି ଉପଯୁକ୍ତ ସାମରିକ ସମ୍ମାନ ସହିତ ପାଳନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି।