ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଘରୋଇ ସ୍କୁଲଗୁଡ଼ିକର ଫି ପ୍ରସଙ୍ଗକୁ ନେଇ ହାତ ଟେକି ଦେଇଛନ୍ତି ରାଜ୍ୟ ସରକାର। ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସରକାର କହିଛନ୍ତି, ଘରୋଇ ସ୍କୁଲର ଫି ନିର୍ଦ୍ଧାରଣ ନେଇ ଆମର କୌଣସି ପଲିସି ନାହିଁ। ଓଡ଼ିଶା ଏଜୁକେଶନ ଆକ୍ଟ ୧୯୬୯ ଆଧାରରେ ସ୍ୱୀକୃତି ପାଇଥିବା ଘରୋଇ ସ୍କୁଲର ଫି ଉପରେ ସରକାର କିଛି କରିପାରିବେ ନାହିଁ। ସେପଟେ ହାଇକୋର୍ଟ ଆଡଭୋକେଟ ଜେନେରାଲଙ୍କୁ ପଚାରିଛନ୍ତି, ପଂଜାବ ଓ ଦିଲ୍ଲୀ ଭଳି ରାଜ୍ୟରେ ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ଉପରେ ରାଜ୍ୟ ସରକାରଙ୍କ ଆଇନ ଥିବା ବେଳେ ଓଡ଼ିଶାରେ କାହିଁକି ନାହିଁ ।