ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲିଥିବା + ୩ ( ସ୍ନାତକ ) ଆସନରେ ନାମଲେଖା ଚଳିତ ମାସ ୪ରୁ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ୧୦ରୁ ୧୩ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ଦେୟ ଦାଖଲ କରିପାରିବେ । ଡିସେମ୍ବର ୧୧ରୁ ୧୪ ପର୍ଯ୍ୟନ୍ତ ( ରବିବାର ବ୍ୟତୀତ ) ବିଦ୍ୟାର୍ଥୀ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ଜାହିର କରିବା ସହ ନାମ ଲେଖାଇପାରିବେ । ୧୭ ତାରିଖରେ ଖାଲିଥିବା ଆସନ ସଂଖ୍ୟା ପ୍ରକାଶ ପାଇବ । ୧୮ ତାରିଖରେ ଅପେକ୍ଷା ତାଲିକା ( ୱେଟିଙ୍ଗ ଲିଷ୍ଟ ) ପ୍ରକାଶ ପାଇବ । ଅପେକ୍ଷା ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କୁ ଏସ୍ଏମ୍ଏସ୍ରେ ପ୍ରଦାନ କରାଯିବ । ଅପେକ୍ଷା ତାଲିକାରେ ଥିବା ବିଦ୍ୟାର୍ଥୀ ୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ୨ଟା ମଧ୍ୟରେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ଉପସ୍ଥିତି ଜାହିର ( ରିପୋର୍ଟି ) କରିବେ । ସେହିଦିନ ଅପରାହ୍ନ ୩ଟାରୁ୫ଟା ମଧ୍ୟରେ ଶିକ୍ଷାନୁଷ୍ଠାନ ସ୍ତରରେ ମେଧା ତାଲିକା ପ୍ରକାଶ ପାଇବ । ୨୦ରୁ ୨୨ ମଧ୍ୟରେ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ଶିକ୍ଷାନୁଷ୍ଠାନ ପାଇଁ ନିଜର ଆଗ୍ରହ ପ୍ରକାଶ କରିବାକୁ ଚଏସ୍ ଲକ୍ କରିବେ । ୨୧ରୁ୨୩ ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କର କାଗଜପତ୍ର ଯାଞ୍ଚ କରାଯିବା ସହ ନାମଲେଖା ଅନୁଷ୍ଠିତ ହେବ। ୨୪ ତାରିଖ ଅପରାହ୍ନ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ – ସ୍ପେସ୍ରେ ଦାଖଲ କରିବେ ।