ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଦଶଜଣ ବାଳିକା ଅଭିଯୋଗ କରିଛନ୍ତି ଯେ ଉକ୍ତ ବିଦ୍ୟାଳୟର ପ୍ରିନ୍ସିପାଲ ତାଙ୍କୁ ସେମାନଙ୍କୁ ଡ୍ରଗ୍ସ ଦେଇ ପରେ ନିର୍ଯାତନା ଦେଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। ବ୍ୟବହାରିକ ପରୀକ୍ଷା ଅଛି ବୋଲି କହି କେବଳ ସେହି କକ୍ଷର ବାଳିକା ମାନଙ୍କୁ ରାତିରେ ରହିବାକୁ କୁହାଯାଇଥିଲା। ଉତ୍ତରପ୍ରଦେଶ ପୋଲିସର ସୂଚନାନୁସାରେ ଏହି ଘଟଣା ନଭେମ୍ବର ୧୮ ରୁ ହୋଇଛି।
ଏହି ମାମଲାରେ ଏଫ୍ଆଇଆର୍ ଦାଖଲ କରାଯାଇଛି ଏବଂ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପାଞ୍ଚଟି ଟିମ୍ ଗଠନ କରାଯାଇଛି ବୋଲି ପୋଲିସ କହିଛି।
ସୂଚନାମୁତାବକ ପ୍ରିନ୍ସିପାଲ୍ ଯୋଗେଶ ୧୭ଜଣ ଝିଅଙ୍କୁ ପ୍ରାକ୍ଟିକାଲ୍ ପରୀକ୍ଷାର ବାହାନା କରି ଆସିବାକୁ କହିଥିଲେ। ଏହାପରେ ସେ ଝିଅମାନଙ୍କୁ ଏକ କପି ଲେଖିବା ପାଇଁ କହିଲେ। ତା’ପରେ ସେମାନଙ୍କୁ ରାତିରେ ରହିବାକୁ କୁହାଗଲା। ପରଦିନ ସେଠାରେ ଅଧିକ ପ୍ରାକ୍ଟିକାଲ୍ ହେବ ବୋଲି ସେମାନଙ୍କୁ କୁହାଯାଇଥିଲା । ଏହା ପରେ ଝିଅମାନେ ଖିଚିଡି ତିଆରି କରିଥିଲେ, ଯାହାକୁ ପ୍ରିନ୍ସିପାଲ୍ ନିଜେ ତିଆରି କରି ଝିଅମାନଙ୍କୁ ଖାଇବାକୁ ଦେଇଥିଲେ। ଖିଚିଡି ଖାଇବା ପରେ ଝିଅମାନେ ବେହୋସ ହୋଇଯାଇଥିଲେ।
ତେବେ ଏହି କକ୍ଷରେ ୨୯ ଜଣ ଛାତ୍ର ଛାତ୍ରୀ ଅଛନ୍ତି, କିନ୍ତୁ କେବଳ ଝିଅମାନଙ୍କୁ ଡକାଯାଇଥିଲା ବୋଲି ଅନ୍ୟ ଜଣେ ଅଭିଯୋଗକାରୀ କହିଛନ୍ତି । ଅନୁମତି ନ ଥିବାରୁ ବେଆଇନ କ୍ଲାସ ଚଳାଇବା ପାଇଁ ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କୁହାଯାଇଛି।
ବୋର୍ଡ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି କି ନାହିଁ ପଚରାଯିବାରୁ ଜଣେ ଝିଅ କହିଛନ୍ତି ଯେ ସେମାନେ ଜାଣି ନାହାଁନ୍ତି କିନ୍ତୁ ଏକ କପି ଲେଖିବା ପାଇଁ ତାଙ୍କୁ କୁହାଯାଇଥିଲା। ଜଣେ ଝିଅ ସୂଚନା ଦେଇ କହିଛି ଯେ ପ୍ରଥମେ ସେମାନେ ଖିଚିଡି ତିଆରି ଆରମ୍ଭ କରିଥିଲେ ଏବଂ ପରେ ଏହାକୁ ପ୍ରିନ୍ସିପାଲ୍ ତିଆରି କରିଥିଲେ ଏବଂ ଏହାକୁ ଖାଇବା ପରେ ସେମାନେ ଚେତାଶୂନ୍ୟ ହୋଇଯାଇଥିଲୁ । ଏହାପରେ ସେ ଆମକୁ ନିର୍ଯାତନା ଦେଇଥିଲେ ଏବଂ ଏହି ଘଟଣା ବିଷୟରେ କାହାକୁ ନ କହିବା ପାଇଁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି ବୋଲି କହିଛନ୍ତି।