ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ ସାର। ୧୦୪ ବର୍ଷରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟ ଅବସ୍ଥା ସୁଧୁରିବାରୁ ତାଙ୍କୁ ଭୁବନେଶ୍ବର କୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ତଳେ ଅସୁସ୍ଥ ହୋଇ ପଡିଥିଲେ ନନ୍ଦ ସାର। ତେବେ ଆଜି ସେ ସମସ୍ତୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି। ସୂଚନାମୁତାବକ ନଭେମ୍ବର ୯ ତାରିଖରେ ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।ସେ ୭୫ ବର୍ଷ ଠାରୁ ଗାଁର ପିଲା ମାନଙ୍କୁ ଶିକ୍ଷା ଦାନ କରିଆସୁଥିଲେ। ଯାହା ପାଇଁ ସେ କୌଣଯି ଶୁଳ୍କ ନେଉ ନଥିଲେ।