ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଜଓ୍ବାଦ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ପାଗ କୋହଲା ରହିଛି । ଅବପାତଟି ସୋମବାର ବଙ୍ଗୋପସାଗରରେ ସକ୍ରିୟ ଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ରେକର୍ଡ ହୋଇଛି । ବିଶେଷକରି ଉତ୍ତର ଉପକୂଳରେ ଏହାର କୋପ ନଜରକୁ ଆସିଛି । ଜଗତସିଂହପୁର ଏରସମାରେ ସର୍ବାଧୂକ ୨୩୮ ମିମି ବର୍ଷା ହୋଇଥିବାବେଳେ ପାରଦ୍ଵୀପରେ ୨୦୦ ମିମି , ୭ଲେଉଟିବ … ବାଲିକୁଦାରେ ୧୫୪ , କୁଜଙ୍ଗରେ ୧୪୦ ମିମି , ତିର୍ତ୍ତୋଲରେ ୧୧୫ ମିମି ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଓ ଗରଦପୁରରେ ୧୨୮ ମିମି ବର୍ଷା ହୋଇଛି । ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୧୦୯ ମିମି ବର୍ଷା ହୋଇଥିବାବେଳେ କଟକ ନିଆଳି ଅଞ୍ଚଳରେ ୯୬ ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ତଥା ତତ୍ସଂଲଗ୍ନ ଜିଲ୍ଲାରେ ବର୍ଷା ପରିମାଣ ୧୦୦ ମିମିରୁ ଊର୍ଦ୍ଧ୍ଵ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ପ୍ରକାଶ କରିଛି । ତେବେ ଆଜି ଠାରୁ ରାଜ୍ୟରେ ପାଗ ପୁର୍ବ ପରି ଶୁଖୁଲା ରହିବ । ଆଜି ଠାରୁ ରାଜ୍ୟରେ ଶୀତ ଲେଉଟିବା ନେଇ ସୂଚନା ମିଳିଛି । ଆସନ୍ତା ୨ ଦିନ ମଧ୍ୟରେ ଉପାନ୍ତଠୁ ଉପକୂଳ ସବୁଠି ପାରଦ ନିମ୍ନଗାମୀ ହେବା ସହ ପାହାଡ଼ିଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ଵାସ କହିଛନ୍ତି । ତେବେ ୩ଦିନ ଧରି ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଚାଷୀକୂଳ ମୁଣ୍ଡରେ ଚଡ଼କ ପକାଇଛି । ବାତ୍ୟା ଜଦ୍ ଚାଷୀ ମୁହଁରୁ ହସ ଆଉ ଦାନା ଛଡ଼ାଇ ନେଇଛି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମିଳିଛି । ଯଥାଶୀଘ୍ର ଚାଷୀଙ୍କୁ ତାଙ୍କ କ୍ଷତିପୂରଣ ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମରାଣ୍ଡି କହିଛନ୍ତି ।