ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ସାରା ବିଶ୍ୱ ରେ କୋରୋନା ମହାମାରୀ ଆତଂକ। ଲକ୍ଷ ଲକ୍ଷ ଲୋକ ଙ୍କ ଜୀବନ ନେଲାଣି କୋଭିଡ ମହାମାରୀ। ତେବେ ବିଶ୍ୱ ବାସୀ ଙ୍କ ଚିନ୍ତା ର କାରଣ ହୋଇ ଥିବା ଏହି କୋଭିଡ ମହାମାରୀ ବିନାଶ ପାଇଁ ହଜାର ହଜାର ଦୀପ ପ୍ରଜ୍ବଳନ କରାଯାଇଛି ମହାପ୍ରଭୁଙ୍କ ନିକଟରେ। ଶ୍ରୀମନ୍ଦିର ରେ ଦେବ ଦୀପାବଳି ନୀତି ଅବସର ଶ୍ରୀମନ୍ଦିର ସିଂହ ଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ଯାଏ ୩ କିଲୋମିଟର ରାସ୍ତା ରେ ହଜାର ହଜାର ଦୀପ ଲଗା ଯାଇଚି। ଓଡିଶା ଇଣ୍ଟର ନେସନାଲ ସେଣ୍ଟର ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ ପୁରୀ ରେ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ର ସମ୍ପାଦକ ଶୁଭାଶିଷ ଙ୍କ ଖୁଣ୍ଟିଆ ଙ୍କ ସମେତ ପୁରୀ ସହର ର ଅନେକ ବୁଦ୍ଧିଜୀବୀ , ମାନ୍ୟଗଣ୍ୟ ବ୍ୟକ୍ତି ଏହି ଦୀପ ଦାନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସାରା ବିଶ୍ୱ ବାସୀ ଙ୍କୁ କୋଭିଡ ମହାମାରୀ ରୁ ମୁକ୍ତି ଦେବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।(ରିପୋର୍ଟ :ଶଙ୍କର ସରକାର )