ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମମିତା ମେହେର ପ୍ରସଙ୍ଗରେ ବିରୋଧିଦଳ ଗୁଡିକ ଯେଭଳି ନାଟକ କରୁଛନ୍ତି ତାହା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାପରେ ବିରୋଧିଦଳ କରୁଥିବା ପ୍ରତିବାଦର କୌଣସି କାରଣ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଶ୍ରୀମତୀ ଛୁରିଆ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା ପରେ ପ୍ରତିବାଦର କୌଣସି କାରଣ ନାହିଁ । ବିନା ଦ୍ବନ୍ଦ ଓ ବିନା ଚାପରେ ତଦନ୍ତ ଚାଲିବ ବୋଲି କହିବା ପରେ ମଧ୍ୟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରାଯାଉଛି । ବିରୋଧୀ ଦଳ ଏହି ପ୍ରସଙ୍ଗରେ ଡ୍ରାମା କରୁଛନ୍ତି । ସମସ୍ତ ପ୍ରକାର ଆଲୋଚନା ବିରୋଧୀ ଗୃହକୁ ଚଳାଇ ଦେଉନାହାନ୍ତି ।
ବିରୋଧିଦଳଙ୍କ ଏଭଳି ଆଚରଣ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ । ଅଯଥା ପ୍ରସଙ୍ଗରେ ବିରୋଧ ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଓ ଅନ୍ୟାନ୍ୟ ବିଧାନସଭାରେ ସଦସ୍ୟ ମାନଙ୍କୁ ସସପେଣ୍ଡ କରାଯାଉଛି । ହେଲେ ଆମ ବିଧାନସଭାରେ ସୁସ୍ଥ ବାତାବରଣ ବଜାୟ ରଖିବାକୁ ରାଜ୍ୟ ସରକାର ଚାହୁଁଛନ୍ତି । ନିର୍ବାଚିତ ଜନପ୍ରତିନିଧ୍ଵ ହୋଇ ବିରୋଧୀ ଦଳର ସଦସ୍ୟ ଯେଭଳି ବିଶୃଙ୍ଖଳିତ ଆଚରଣ କରୁଛନ୍ତି ଜନସାଧାରଣ ତାହାର ଜବାବ ଦେବେ ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି ।