ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବର୍ତ୍ତମାନ କବାଟ ଖଟଖଟାଉଛି ବାତ୍ୟା ଜଓ୍ବାଦ। ଏଥିପାଇଁ ସାରା ରାଜ୍ୟକୁ ସଜାଗ ରହିବାକୁ ସୂଚନା ଦିଆଯାଇଛି। ତେବେ ଜଓ୍ବାଦ ପୁରୀ ଠାରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳିଛି।ସେଥି ପାଇଁ ପୁରୀ ଜିଲ୍ଲାପାଳ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଲୋକମାନଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ଏହାକୁ ନେଇ ସ୍ଥାନୀୟ ପ୍ରଶାସନ କାର୍ଯ୍ୟଜାରି ରଖିଛି। ଏହାସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। ତେବେ ଏହି ସମୟରେ ରାତି, ଝଡ଼ ବର୍ଷାକୁ ଖାତିର ନକରି ବନ୍ୟା ପରିସ୍ଥିତି ସମୀକ୍ଷା କରିବା ପାଇଁ ଆସି ପହଞ୍ଚିଛନ୍ତି ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ସମୟ ଅସମୟର ସାଥି ମାନ୍ୟବର ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ସେ ବିଳମ୍ୱିତ ରାତ୍ରି ସମୟରେ ବାତ୍ୟା ଆଶ୍ରୟସ୍ଥଳୀ, ଥାନା, ପିପିଲି ଅଗ୍ନିଶମ କାର୍ଯ୍ୟାଳୟ, ପିପିଲି ଏବଂ ଡେଲାଙ୍ଗ ବ୍ଲକ୍ ର ବିଭିନ୍ନ ଗ୍ରାମପଞ୍ଚାୟତ ଏହାପରେ ଡେଲାଙ୍ଗ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟକୁ ଯାଇ ଆସୁଥିବା ସାମ୍ଭାବ୍ୟ ବାତ୍ୟା “ଜଓ୍ୱାଦ୍” ଉପରେ ପରିସ୍ଥିତି ଅନୁଧ୍ୟାନ କରି ଏହାର ସମୀକ୍ଷା କରିଛନ୍ତି। ଏହାସହ ବାତ୍ୟା ପାଇଁ ଭୟଭୀତ ନହୋଇ ସମସ୍ତେ ସତର୍କ ରୁହନ୍ତୁ ବୋଲି ଲୋକ ଙ୍କୁ ବୁଝାଇ କହିଥିଲେ। କିଛି ଅସୁବିଧା ହେଲେ ସେ ଲୋକ ମାନଙ୍କ ସହ ଅଛନ୍ତି ବୋଲି କହିଥିଲେ ବିଧାୟକ।