ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଭୁବନେଶ୍ୱର ସ୍ଥିତ ରାଜ୍ୟ ସ୍କାଉଟ ଓ ଗାଇଡ଼ କାର୍ଯ୍ୟାଳୟ ପରିସରରେ ଗାନ୍ଧୀ କଥାର ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା, ସ୍ତମ୍ଭକାର ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଗାନ୍ଧୀ ଓ ସର୍ଦ୍ଦାର ପଟେଲ ସମ୍ପର୍କ ବିଷୟରେ କହିଲେ ଯେ, ମହାତ୍ମା ଗାନ୍ଧୀଙ୍କ ହାତଗଢା ମଣିଷ ଥିଲେ ସର୍ଦ୍ଦାର ପଟେଲ। ଗାନ୍ଧୀ କଥା ଦ୍ଵିତୀୟ ସନ୍ଧ୍ୟାରେ ଶ୍ରୀ ପ୍ରଶାନ୍ତ ଙ୍କ ଶରୀର ଅସୁସ୍ଥତା ପାଇଁ କିଛି ସମୟ ବିଳମ୍ବ ହୋଇଥିଲା। ଏହି ବିଳମ୍ବ ସମୟରେ ଯୁବ ଲେଖକ ଧୀରେନ୍ଦ୍ର ବେହେରା “ଗାନ୍ଧୀ ତୁମେ ଫେରିଆସ” କବିତାଟି ପାଠ କରି ପାଠକୀୟ ତଥା ଗାନ୍ଧିବାଦୀ ମାନଙ୍କ ପାଇଁ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । କବିତାର ଶେଷ ଧାଡ଼ି ପାଠକୀୟ ମାନଙ୍କୁ ବେଶ୍ ପସନ୍ଦ ଆସିବା ସହ ଜାତୀୟ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫେସର ଜଗଦାନନ୍ଦ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ଧୀରେନ୍ଦ୍ର କୁ ପାଖକୁ ଡାକି ଉତ୍ସାହିତ କରିବା ସହ କିଛି ଟିପ୍ସ ଦେଇ ଲେଖା ଆଗକୁ ଜାରି ରଖିବା ପାଇଁ ପ୍ରେରଣା ଦେବାବେଳେ କିଛି ଗାନ୍ଧିବାଦୀ ମାନଙ୍କ ଠାରୁ ଶୁଣିବାକୁ ମିଳିଲା ଲେଖାଟି ଯେତିକି ସୁନ୍ଦର ହୋଇଛି ତା ଠାରୁ ଅଧିକ ସୁନ୍ଦର ତାଙ୍କର ଆବୃତ୍ତି ଶୈଳୀ ଯେଉଁଥି ପାଇଁ ଆମ୍ଭେମାନେ ଶ୍ରୀ ପ୍ରଶାନ୍ତଙ୍କ ଅନୁପସ୍ଥିତି ଅନୁଭବ କରି ପାରିଲୁ ନାହିଁ। ଏ ନେଇ ଭୁବନେଶ୍ୱର ର ଆୟୋଜକ ବରିଷ୍ଟ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଶ୍ରୀ ବେହେରାଙ୍କୁ ଧନ୍ୟବାଦ ଦେଇଛନ୍ତି।
ଶ୍ରୀମାନ ବେହେରାଙ୍କ କବିତାର ଶେଷ ଧାଡ଼ିରୁ ପଦେ
ହେ ଗାନ୍ଧୀ ଆସ ଆସ ତୁମେ ପୁଣି ଯେ ଲେଉଟି
ଅହିଂସାର ବାଡ଼ି ଧରି
ନିଜ ହାତେ ନିଅ ରାମ ରାଇଜର
ତୁମେ ଯେ ଶାସନ ଡୋରି…!!