ସନଷ୍ଟାର ଟିଭି ବ୍ୟୁରୋ
ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଭୟଚାନ୍ଦପୁର ଥାନା ଅଧୀନ ଆନ୍ଦୋଳନ ଗଡ଼ ଢ଼ିଙ୍କିଆ ଗ୍ରାମରେ ବାତ୍ୟା ସମୟରେ ଦୁମ୍ ଦୁମ୍ ବର୍ଷାରେ ରାତି ଅଧିଆ ଅଭୟଚାନ୍ଦପୁର ଥାନା ଅଧିକାରୀ,ଅତିରିକ୍ତ ଏସପି ପାରାଦୀପ,ସମେତ ଅନେକ ମହିଳା ପୁରୁଷ ପୋଲିସ ଫୋର୍ସ ସମିତି ସଭ୍ୟ ତଥା ଜେଏସଡବ୍ଲୁ ବିରୋଧୀ ଆନ୍ଦୋଳନକାରୀ ନେତା ଶ୍ରୀ ଦେବେନ୍ଦ୍ର ସ୍ବାଇଁଙ୍କ ଘର କବାଟ ଠେଲି ବାଡେଇବା ବେଳେ ଢ଼ିଙ୍କିଆ ଗ୍ରାମରେ ଉତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି।ସୂଚନା ମୁତାବକ ସମିତି ସଭ୍ୟ ଶ୍ରୀ ସ୍ବାଇଁ ପାନ ବରଜ ଓ ଭିଟାମାଟି ସୁରକ୍ଷା ପାଇଁ ଦୀର୍ଘ ଦିନରୁ ଆନ୍ଦୋଳନ କରି ନେତୃତ୍ବରେ ରହିଛନ୍ତି।ଏମିତି କି ଅନେକ ମିଥ୍ୟା ତଥା ବିଚାରଧୀନ ମାମଲା ତାଙ୍କ ନାମରେ ରୁଜୁ ହୋଇଛି।ତେଣୁ ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଜେଏସଡବ୍ଲୁ ପ୍ରକଳ୍ପ ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉ ଥିବା ବେଳେ,ଶ୍ରୀ ସ୍ବାଇଁ ଜେଏସଡବ୍ଲୁ ବିରୋଧୀ ଆନ୍ଦୋଳନର ମଙ୍ଗ ଧରି ଆନ୍ଦୋଳନକୁ ମଜବୁତ୍ କରିବା କାରଣରୁ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।ତେଣୁ ତାଙ୍କୁ ଗିରଫ କରିଦେଲେ ଆନ୍ଦୋଳନ ଥମି ଯିବ,ପ୍ରକଳ୍ପ ଶୀଘ୍ର ହୋଇପାରିବ ବୋଲି ଆଶଙ୍କା କରି ଶ୍ରୀ ସ୍ବାଇଁଙ୍କୁ ଗିରଫ କରିବାକୁ ବାତ୍ୟା ସମୟରେ ବର୍ଷା ଛେଛୁ ଥିବା ବେଳେ,ବିଧାନ ସଭା ଶୀତକାଳୀନ ଅଧିବେଶନ ଚାଲୁଥିବା ସମୟରେ ସରକାର୍ କୋଭିଡ ନିୟମ କଡ଼ାକଡ଼ି ପାଳନ କରୁଥିବା ବେଳେ ପୋଲିସ ରାତିଅଧିଆ ବେଆଇନ ଗିରଫ ଉଦ୍ୟମ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମର ଅନେକ ମହିଳା ଆହତ ହୋଇଥିବା ଏବଂ ଖଣ୍ଡିଆ ଖାବରା ହୋଇଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି। ଢ଼ିଙ୍କିଆଠାରେ ଭୋର ଚାରିଟାରୁ ଯେଉଁଭଳି ଭାବେ ପୋଲିସ୍ ବାହିନୀ ପୋସ୍କୋ ବିରୋଧୀ ଆନ୍ଦୋଳନର ପ୍ରମୁଖ ଚେହେରା ଶ୍ରୀ ଦେବେନ୍ଦ୍ର ସ୍ବାଇଁଙ୍କ ଘରେ ପଶି ଆତଙ୍କରାଜ ସୃଷ୍ଟି କଲେ, ତାହା ନିଶ୍ଚିତ ଭାବରେ ଅମାନୁଷିକ, ଅମାନବୀୟ ଏବଂ ନିନ୍ଦନୀୟ। ସମଗ୍ର ରାଜ୍ୟ ଯେତେବେଳେ ବାତ୍ୟା “ଜୱାଦ” ଆଶଙ୍କାରେ ଜୀବନ ରକ୍ଷା କରିବା ପାଇଁ ତତ୍ପର। ମୁଖ୍ୟମନ୍ତ୍ରୀ” ପ୍ରତିଟି ଜୀବନ ମୂଲ୍ୟବାନ” ନୀତିକୁ ଆଧାର କରି ଶୂନ୍ୟ ହତାହତ ନୀତି (zero casualty) ଉପରେ ଗୁରୁତ୍ବ ପ୍ରଦାନ କରି ଯେତେବେଳେ ସରକାର ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଜନତାଙ୍କ ଜୀବନକୁ ରକ୍ଷା କରିବାର ଲକ୍ଷ୍ୟ ନେଇ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ପାଇଁ, ଏହିଭଳି ଏକ ଘଡିସନ୍ଧିପୂର୍ଣ୍ଣ ଆହ୍ଵାନଭରା ମୁହୂର୍ତ୍ତରେ ରାତି ଅଧରେ ଘରେ ଜୋରଜବରଦସ୍ତ ପଶି ଏପରିକି ମହିଳା ମାନଙ୍କୁ ମଧ୍ୟ ଆକ୍ରମଣ ଏବଂ ଦୁର୍ବ୍ୟବହାର କରିବା ପଛରେ କଣ ଉଦ୍ଦେଶ୍ୟ ରହିଛି, ସେ ସମ୍ଵନ୍ଧରେ ଜଗତସିଂହପୁର ଜିଲ୍ଲା ଏସପି ମହୋଦୟ ଉତ୍ତର ରଖିବେ କି? ଆଜି ନିରୀହ, ସାଧାରଣ ଜନତା , ମହିଳା ଓ ଶିଶୁ ମାନଙ୍କୁ ଯେଉଁଭଳି ଭାବରେ ପୋଲିସ୍ ବାହିନୀ ରାତି ଅଧରେ ଲହୁ ଲୁହାଣ କରିଛନ୍ତି , ତାହା କଣ ଆଇନସିଦ୍ଧ? ନିଜ ଗଣତାନ୍ତ୍ରିକ ଅଧିକାର କୁ ସାବ୍ୟସ୍ତ କରିବାକୁ ଯାଇ ଯଦି ଜଣେ ବ୍ୟକ୍ତି କିମ୍ବା ସଂଗଠନ ସାମାଜିକ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି, ତାହେଲେ ସେମାନଙ୍କ ସହିତ ପୋଲିସ୍ ପ୍ରଶାସନ ଆଇନଗତ ଭାବରେ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେଇ ପାରିଥାନ୍ତେ, ଏହିଭଳି ତାଲିବାନୀ ତାନାଶାହି ଆକ୍ରମଣ ପଛରେ ଥିବା କାରଣ ସମ୍ଵନ୍ଧରେ ଏସପି ମହୋଦୟ ସାଧାରଣ ଜନତାଙ୍କୁ ଜବାବ୍ ଦେଇ ପାରିବେ କି? ଆମେ ଭିଟାମାଟି ସୁରକ୍ଷା ପାଇଁ ଆନ୍ଦୋଳନ କରୁଛୁ,ଆମକୁ ପୋଲିସ୍ ମିଥ୍ୟା ମୋକଦ୍ଦମା ରୁଜୁ କରି ରାତି ଅଧିଆ ଗିରଫ ଉଦ୍ୟମ କରୁଛି,ତେଣୁ ଆମକୁ ନ୍ୟାୟ ଦିଅ ବୋଲି ଅନୁରୋଧ କରିବା ସହିତ ପୋଲିସର ବର୍ବରତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଯଦି ଏହାର ତୁରନ୍ତ ସମାଧାନ ନ ହୁଏ ଆଗାମୀ ଦିନରେ ଜନ ଅସନ୍ତୋଷ ଏକ ତୀବ୍ର ଜନ ଆନ୍ଦୋଳନର ରୂପ ନେବ।(ରିର୍ପୋଟ:ଅରୁଣ ପରିଡା)