ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଭିନ୍ନକ୍ଷମଙ୍କ ପାଇଁ ଆନ୍ତର୍ଜାତୀୟ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ପ୍ରତିବର୍ଷ ଡିସେମ୍ବର ୩ ରେ ସମାଜର ସମସ୍ତ କ୍ଷେତ୍ରରେ ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ସମୁଦାୟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ଏକ ବିଲିୟନ ଲୋକ ଅର୍ଥାତ୍ ୭ବିଲିୟନ କିମ୍ବା ବିଶ୍ବର ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତ ଲୋକ କିଛି ପ୍ରକାରର ଅକ୍ଷମତା ସହିତ ବାସ କରନ୍ତି। ମୋଟ ଅକ୍ଷମ ଜନସଂଖ୍ୟାର ୮୦ ପ୍ରତିଶତ ବିକାଶଶୀଳ ଦେଶରେ ବାସ କରନ୍ତି।
୧୦୦ନିୟୁତରୁ ଅଧିକ ଭିନ୍ନକ୍ଷମ ଶିଶୁ ଅଟନ୍ତି । ବିଶ୍ବର ସ୍ବାସ୍ଥ୍ୟ, ସାମାଜିକ ତଥା ଅର୍ଥନୈତିକ ପରିଣାମ ଦ୍ବାରା ଭିନ୍ନକ୍ଷମମାନେ (PwDs) “ଅନୁପଯୁକ୍ତ” ଭାବରେ ପ୍ରଭାବିତ ହୋଇଛନ୍ତି, ତେଣୁ ବିଶ୍ବର ନିରନ୍ତର ବିକାଶରେ ଭିନ୍ନକ୍ଷମଙ୍କ ଅଂଶଗ୍ରହଣକୁ ବଢ଼ାଇବା ପାଇଁ ଏହି ଦିନ ପାଳନ କରାଯାଏ।
ଏହି ଦିନର ବାର୍ଷିକ ପାଳନ ୧୯୯୨ରେ ମିଳିତ ଜାତିସଂଘର ସାଧାରଣ ସଭାର ସଂକଳ୍ପ ୪୭/୩ ଦ୍ବାରା ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନ କ୍ଷେତ୍ରରେ ଭିନ୍ନକ୍ଷମଙ୍କ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଘୋଷଣା କରାଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ସମାଜରେ ଭିନ୍ନକ୍ଷମଙ୍କ ଅଂଶଗ୍ରହଣ ବୃଦ୍ଧି କରିବା, ସେମାନଙ୍କ ପ୍ରତି ଭେଦଭାବ ଦୂର କରିବା ଏବଂ ସେମାନଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ।
ଭିନ୍ନକ୍ଷମଙ୍କ ସମସ୍ୟା ବିଷୟରେ ବିଶ୍ବକୁ ସଚେତନ କରିବା ଏବଂ ତାଙ୍କ ପାଇଁ ଏକ ଉତ୍ତମ ସମାଜ ଗଠନ କରିବା ହେଉଛି ଭିନ୍ନକ୍ଷମ ଦିବସର ମୂଳ ଉଦ୍ଦେଶ୍ୟ।