ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଏଚ୍ଡିଏଫ୍ସି ଉପରେ କଟକଣା ଲଗାଇଛି । ବିଶେଷ ଭାବେ ବ୍ୟାଙ୍କର ଡିଜିଟାଲ ସେବା ଓ କ୍ରେଡିଟ କାର୍ଡ ସେବା ଉପରେ କଟକଣା ଜାରି କରିଛି ଆର୍ବିଆଇ । ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମୋବାଇଲ ବ୍ୟାଙ୍କିଙ୍ଗ୍ ଓ ପେମେଣ୍ଟ ୟୁଟିଲିଟି ସର୍ଭିସ ଭଳି ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି ଓ ନୂଆ କ୍ରେଡିଟ କାର୍ଡ ଲାଗୁ କରିବା ପାଇଁ ଅସ୍ଥାୟୀ ଭାବେ ବନ୍ଦ କରିଛି ।
କିଛି ଦିନ ତଳେ ଏଚ୍ଡିଏଫ୍ସି ବ୍ୟାଙ୍କ ନିଜର ନେଟ ବ୍ୟାଙ୍କିଙ୍ଗରେ ଅସୁବିଧାର ସମ୍ମୁଖୀନ କରିଥିଲା ।ଏଥିପାଇଁ ବାଧ୍ୟ ହୋଇ ଆରବିଆଇ ଏହି ସେବାକୁ ସାମୟିକ ଭାବେ ବନ୍ଦ କରି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଚେଷ୍ଟା କରିଛି । ଇଣ୍ଟରନେଟ୍ ସେବା ଦ୍ୱାରା ବ୍ୟାଙ୍କରେ ହେଉଥିବା କାରବାରରେ ଅସ୍ୱାଭାବିକତା ପରିଲିକ୍ଷିତ ହେଉଛି । ଏପରିକି ଆରବିଆଇର କହିବା କଥା ଯେ ଅନଲାଇନ୍ ବ୍ୟାପାରରେ କିଛି ସମସ୍ୟା ମଧ୍ୟ ରହିଛି । ପ୍ରାଇମେରୀ ଡାଟା ସେଣ୍ଟରରେ ପାୱାର ଫେଲ୍ ହେବା ହେତୁ ଏହି ଗଡବଡ ହୋଇଥିବା ଆରବିଆଇ ପକ୍ଷରୁ କୁହାଯାଉଛି ।
ଏଭଳି ସମସ୍ୟା ସାମ୍ନାକୁ ଆସିବା ପରେ ଆରବିଆଇ ପୁଣି ଥରେ ନୂଆ ଓ ବିକଶିତ ଅନଲାଇନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଏଚଡିଏଫସିକୁ ନିର୍ଦ୍ଦେଶ ଦେଇଛନ୍ତି ।