ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଭୟଙ୍କର ରୂପଧରି ଓଡ଼ିଶା ଉପକୂଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳକୁ ମାଡି ଆସୁଛି ସାମୁଦ୍ରିକ ବାତ୍ୟା ‘ ଜଵାଦ ’ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ଗଜପତି , ଗଞ୍ଜାମ , ପୁରୀ ଏବଂ ଜଗତସିଂହପୁରକୁ ବର୍ଷାର ଭୟ ଘେରି ରହିଛି। ଦୁଇଦିନ ଧରି ରାଜ୍ୟର ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ଏହା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ବାତ୍ୟାର ରୂପ ନେବା ନିଶ୍ଚିତ ହୋଇଛି । କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ଭାରତୀୟ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନାହିଁ । ଏହା ଉତ୍ତର ପଶ୍ଚିମ ଉତ୍ତର ଦିଗରେ ଗତି କରିବ। ଭାରତୀୟ ପାଣିପାଗ ବିଭାଗର ବିଶେଷଜ୍ଞ ଉମାକାନ୍ତ ଦାଶ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ବର୍ଷାର ପ୍ରଭାବ ୩ ତାରିଖ ଠାରୁ ବଢ଼ିବ। ୪ ତାରିଖରେ ଏହାର ପ୍ରଭାବ ବହୁତ ଅଧିକ ରହିବ। ତେବେ ଗଜପତି,ଗଞ୍ଜାମ,ଜଗସିଂହପୁର, ପୁରୀ ରେ ଏହାର ପ୍ରକୋପ ଅଧିକ ରହିବ। ସେଥିପାଇଁ ଏହି ୪ ଜିଲ୍ଲାକୁ ରେଡ ଓ୍ବାଣ୍ଣିଙ୍ଗ ଜାରି କରାଯାଇଛି। କଟକ,ଖୋର୍ଦ୍ଧା,ନୟାଗଡ,କନ୍ଧମାଳ,ରାୟଗଡା,କୋରାପୁଟର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ବର ,ଭଦ୍ରକ,ଯାଜପୁର,ମାଲକାନଗିରିରେ ମଧ୍ୟ ବର୍ଷାର ପ୍ରଭାବ ସ୍ଥାନେ ସ୍ଥାନେ ଅଧିକ ରହିବ।ତେଣୁ ଏହି ଜିଲ୍ଲାକୁ ହେଲୋ ଓ୍ବାଣ୍ଣିଙ୍ଗ ଜାରି କରାଯାଇଛି। ତେବେ ୫ ତାରିଖ ବେଳକୁ ଉତ୍ତର ଓଡିଶାରେ ବର୍ଷାର ପରିମାଣ କ୍ରମଶ ହ୍ରାସ ପାଇବ। ସେଥିପାଇଁ ବାଲେଶ୍ବର,ଭଦ୍ରକ,କେନ୍ଦ୍ରାପଡା,ଜଗତସିଂହପୁର,କଟକ,ଯାଜପୁରର ସ୍ଥାନେ ସ୍ଥାନେ ବର୍ଷାର ପରିମାଣ ରହିବ। ପବନର ବେଗ ସର୍ବାଧିକ ୧୧୦କିମି ରହିପାରେ। ଏଥିପାଇଁ ଏନ୍ଡିଆର୍ଏଫ୍ , ଓଡ୍ରାଫ , ୨୦୦ ଟି ଅଗ୍ନିଶମ ସେବା ପାଇଁ ପ୍ରସ୍ତୁତ ରହିବା ପାଇଁ ସୂଚନା ଦିଆଯାଇଛି।