ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବୁଧବାରୁ ଠାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧବେଶନ । ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ତାହା ୩୧ ଯାଏ ଚାଲିବ। ଏହାରି ଭିତରେ ୨୬ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧ – ୨୨ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ଅତିରିକ୍ତ ବଜେଟ୍ ଆଗତ କରିବେ । ଡିସେମ୍ବର ୧୦ରେ ପ୍ରଥମ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ଏହି ଅଧୁବେଶନରେ ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ – ୨୦୨୧ ଏବଂ ଓଡ଼ିଶା ସମବାୟ ସଂଶୋଧନ ବିଲ୍ ଆଗତ ହେବ । ତେବେ ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ବସିବ ବିଧାନସଭା ବସୁଥିବାରୁ ସମସ୍ତଙ୍କୁ କୋଭିଡ ଟେଷ୍ଟ କରାଯିବା ଅର୍ନିବାଯ୍ୟ କରାଯାଇଛି। ଗୃହ ପ୍ରବେଶ ପାଇଁ ବିଧାୟକଙ୍କ କୋଭିଡ୍ ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ହେବା ଜରୁରୀ । ଏହା କେବଳ ବିଧାୟକଙ୍କ ପାଇଁ ନୁହେଁ ବରଂ ସବୁ ଷ୍ଟାଫ୍ ଓ ସାମ୍ବାଦିକଙ୍କର ବି କୋଭିଡ୍ ଆର୍ଟି ପିସିଆର୍ ଓ ଆଣ୍ଟିଜେନ ଟେଷ୍ଟ କରାଯାଇଛି ।