ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆସନ୍ତା କାଲି ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏହି ଅଧିବେସନ ଡିସେମ୍ବର୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା ବେଳେ ୨୬ଟି କାର୍ଯ୍ୟ ଦିବସ ରହିଛି । ଆଜି ତିନି ପ୍ରମୁଖ ଦଳ ବିଧାନସଭା ରଣନୀତି ପ୍ରସ୍ତୁତ ପାଇଁ ବିଧାୟକ ଦଳ ବୈଠକ ଡାକିଛନ୍ତି । ଆଜି ଅପରାହ୍ନରେ ବିଜେଡି ବିଧାୟକ ଦଳ ବୈଠକ ବିଧାନସଭାର ନୂଆ ସମ୍ମିଳନୀ କକ୍ଷ ରେ ବସିବାକୁ ଥିଲାବେଳେ , କଂଗ୍ରେସ ଭବନ ଠାରେ କଂଗ୍ରେସ୍ ବିଧାୟକ ଦଳ ବୈଠକ ବସିବ ଏବଂ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।
ବିଭିନ୍ନ ପ୍ରସଙ୍ଗରେ ବିରୋଧି ଶାସକ ଦଳକୁ ଘେରିବାକୁ ଯୋଜନା କରିଥିବା ବେଳେ ଶାସକ ବିରୋଧୀଙ୍କୁ କାଉଣ୍ଟର କରି ଗୃହ କୁ ସଠିକ୍ ଭାବେ ଚଳାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।
ରାଜ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ରାଜନୈତିକ ବାତାବରଣ ସରଗରମ ଥିବା ବେଳେ ରାଜ୍ୟ ର ମୁଖ୍ୟ ବିରୋଧି ଦଳର ବିଜେପି ଆଜି ଶାସକଙ୍କ ଘେରିବା ପାଇଁ ଯୋଜନା କାରିଛି। ବିରୋଧି ଦଳ ଉପ ନେତା ବିଷ୍ଣୁ ସେଠୀ ଙ୍କ ଅଧ୍ୟକ୍ଷତାରେ ଆଜି ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବିଜେପି ରାଜ୍ୟ ସଭାପତି ଙ୍କ ସମେତ ସମସ୍ତ ବିଜେପି ବିଧାୟକଙ୍କ ଉପସ୍ଥିତରେ ଆଲୋଚନା ହୋଇଥିଲା। ଶାସକ ଦଳ କୁ ଘେରିବା ପାଇଁ ମମୀତା ମେହେର ଘଟଣାର ସହ କ୍ୟାପଟେନ ଦିବ୍ୟାସଙ୍କର ଙ୍କର ବହିଷ୍କାର ଦାବି କୁ ମୁଖ୍ୟ ପ୍ରସଙ୍ଗ ରଖିବ ବିଜେପି । ତାସହ ଆବାସ ଯୋଜନା , ମଣ୍ଡି ସମସ୍ୟା , ଶିକ୍ଷା ଓ ସିମା ବିବାଦ ଭଳି ସମସ୍ୟାକୁ ଗୁରୁତ୍ଵ ଦେବା ପାଇଁ ବିଜେପି ବିଧୟକମାନେ ପ୍ରସ୍ତୁତ ଅଛନ୍ତି ।(ରିର୍ପୋଟ: ଆଶିଷ କୁମାର ରାଉତ)