ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦୀର୍ଘ ୮ ଦିନ ହେବ ନୂତନ କୃଷି ଆଇନ ବିରୋଧରେ ଦେଶ ବ୍ୟାପୀ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି । ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଆଇନ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି । ତେବେ ଆଜି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲ କୃଷକ ଆନ୍ଦୋଳନକୁ ସମର୍ଥନ କରି ତାଙ୍କୁ ସମ୍ମାନିତ କରାଯାଇଥିବା ପଦ୍ମବିଭୂଷଣ ପୁରଷ୍କାରକୁ ସେ ସରକାରଙ୍କୁ ଫେରାଇ ଦେଇଛନ୍ତି । ଓ ଏହି ସମ୍ଵନ୍ଧରେ ଅବଗତ କରାଇବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ପାଖା ପାଖି ୩ ଫର୍ଦ୍ଦ ବିଶିଷ୍ଟଏହି ଚିଠିରେ ସେ କେନ୍ଦ୍ରସରକାରଙ୍କ କୃଷି କାନୁନକୁ ବିରୋଧ କରିଛନ୍ତି ।
ନୂତନ କୃଷି ଆଇନକୁ କେନ୍ଦ୍ରସରକାର ପ୍ରତ୍ୟାହାର ଦାବିରେ ଗୋଟିଏ ସପ୍ତାହରୁ ଅଧିକ ହେବ ହଜାର ହାଜର କୃଷକ ଦିଲ୍ଲୀସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାକୁ ନେଇ କେନ୍ଦ୍ରସରକାର ଓ କୃଷକ ସଂଗଠନ ମାନଙ୍କର ନେତା ମାନଙ୍କ ଭିତରେ ୩ ଥର ବୈଠକ ହୋଇଥିଲେ ବି ପ୍ରତ୍ୟେକ ବୈଠକ ବିଫଳ ହୋଇଛି ।
SAD is one with Parkash S Badal ji in his hour of emotional stress.BJP led GOI misled him & SAD by promising to address farmer concerns but passing farm Ordinances in toto.That’s why we left ministry & NDA. We appeal to @rashtrapatibhvn to intervene & get farmers issues resolved. pic.twitter.com/qQ64ZeJ3Rp
— Sukhbir Singh Badal (@officeofssbadal) December 3, 2020