ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ଡିସେମ୍ବରୁ ଆରମ୍ଭ ହେବାକୁ ଯାଉଛି ବିଧାନ ସଭା ଶୀତ ଅଧିବେଶନ। ଏଥି ପାଇଁ ଆଜି ସର୍ବଦଳିୟ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଆଜିର ଏହି ବୈଠକରେ ଅଧାରୁ ଆସନ ଛାଡିଛି ବିଜେପି। ଏହି ବୈଠକର ଆରମ୍ଭରୁ ହିଁ ବିରୋଧୀଦଳର ଉପନେତା ବିଷ୍ଣୁ ସେଠୀ ଉଠିଆସିଥିଲେ। ମୁଖ୍ୟ ବିରୋଧର ଦଳ ହିସାବରେ ତାଙ୍କୁ ତାଙ୍କର ହକ ଦିଆଯାଉନଥିବାର ସେ ଆପତ୍ତି ଜଣାଇଥିଲେ। ଆଗରୁ ସର୍ବଦଳୀୟ ବୈଠକରେ ନେତା,ଉପନେତା ସମସ୍ତେ ଉପସ୍ଥିତ ରହୁଥିଲେ। ତେବେ ଏହି କଥାକୁ ପାଳନ ହେଉନଥିବାର ଦେଖି ନିଜ ସ୍ଥାନ ଛାଡି ବୈଠକରୁ ଉଡି ଆସିଲା ବିଜେପି।