ସନଷ୍ଟାର ଟିଭି ବ୍ୟୁରୋ

ଥାନେ: ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡୋମ୍ବିଭାଲିକୁ ଫେରିଥିବା ଜଣେ ବ୍ୟକ୍ତି କରୋନାଭାଇରସ୍ ପାଇଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି କଲ୍ୟାଣ-ଡୋମ୍ବିଭାଲି ମ୍ୟୁନିସିପାଲିଟି କର୍ପୋରେସନ୍ (କେଡିଏମସି) ର ଜଣେ ଅଧିକାରୀ ସୂଚନାଦେଇଛନ୍ତି।

ଅଧିକାରୀ ଜଣକ କହିଛନ୍ତି ଯେ ରୋଗୀ କରୋନାଭାଇରସର ଓମିକ୍ରନ୍ ଭାରିଆଣ୍ଟ ବହନ କରୁଛନ୍ତି କି ନାହିଁ ତାହା ନିଶ୍ଚିତ ନୁହେଁ।ଏହି ବ୍ୟକ୍ତି ଜଣକ ନଭେମ୍ବର ୨୪ ରେ କେପଟାଉନରୁ ଡୋମ୍ବିଭାଲୀ ଯାତ୍ରା କରିଥିଲେ। ଏହି ବ୍ୟକ୍ତି ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ କାହା ସହ ଯୋଗାଯୋଗ କରିନଥିଲେ ବୋଲି କେଡିଏମସିର ମେଡିକାଲ ଅଫିସର ଡ ପ୍ରତୀବା ପାନପାଟିଲ ଗଣମାଧ୍ୟମକୁ କହିଛନ୍ତି। ଏହି ରୋଗୀଙ୍କୁ କେଡିଏମସିର ଆର୍ଟ ଗ୍ୟାଲେରୀ ବିଚ୍ଛିନ୍ନ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀ କହିଛନ୍ତି। ଡ ପାନପାଟିଲ ଆହୁରି କହିଛନ୍ତି, "କେଡିଏମସି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି। ନୂତନ ପ୍ରକାରର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ।"