ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ୧୫ ତାରିଖରୁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ବାଭାବିକ କରାଯିବ । କିନ୍ତୁ ନୂଆ କୋଭିଡ – ୧୯ ଟ୍ରେନ୍ ବାହାରିବା ଏବଂ ସଂକ୍ରମଣ ବୃଦ୍ଧି କାରଣରୁ ୧୪ଟି ଦେଶରୁ ବିମାନ ଚଳାଚଳ ଉପରେ କଟକଣା ଆଗଭଳି ବଳବତ୍ତର ରହିବ। ଯେଉଁସବୁ ଦେଶ ସହିତ ବିମାନ ଚଳାଚଳ ସ୍ବାଭାବିକ ହେବନାହିଁ ସେଗୁଡ଼ିକ ହେଲା ବ୍ରିଟେନ , ଫ୍ରାନ୍ସ , ଜର୍ମାନୀ , ନେଦରଲାଣ୍ଡ , ଫିନଲାଣ୍ଡ , ଦକ୍ଷିଣ ଆଫ୍ରିକା , ବ୍ରାଜିଲ , ବାଂଲାଦେଶ , ବୋସ୍ୱାନା , ଚୀନ , ମରିସସ , ନ୍ୟୁଜିଲାଣ୍ଡ , ଜିମ୍ବାୱେ ଏବଂ ସିଙ୍ଗାପୁର । ସ୍ବାସ୍ଥ୍ୟ ମନ୍ତ୍ରାଳୟ , ବିଦେଶ ବ୍ୟାପାର ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ସହ ବିଚାରବିମର୍ଶ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଉଲ୍ଲେଖଯୋଗ୍ୟ , କରୋନା ମହାମାରୀ ପାଇଁ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ୨୦୨୦ ମାର୍ଚ୍ଚ ୨୩ରୁ ବନ୍ଦ ରଖାଯାଇଛି । କିନ୍ତୁ ଗତବର୍ଷ ଜୁଲାଇରୁ ଏୟାର ବବଲ୍ ଯୋଜନାରେ କେତେକ ଦେଶକୁ ସ୍ବତନ୍ତ୍ର ବିମାନ ଚଳାଚଳ କରୁଛି।